ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୫ଟି ଆକାଉଣ୍ଟରେ ଥିଲା ୧୬ ଲକ୍ଷ ୪୨ ହଜାର ଟଙ୍କା
  • ବେଆଇନ୍ ପେଟ୍ରୋଲ ପମ୍ପକୁ ନେଇ ଖୋଳତାଡ଼
  • ସ୍କାନର୍‌ରେ ଟିଟୋ ସ୍ତ୍ରୀ
  • ଟିଟୋ ସ୍ତ୍ରୀକୁ ଜେରା କରିବ କ୍ରାଇମବ୍ରାଞ୍ଚ

ଦିନ ଯେତିକି ଗଡ଼ୁଛି ଗ୍ୟାଙ୍ଗଷ୍ଟର ଟିଟୋର କଳା ସାମ୍ରାଜ୍ୟ ଉପରୁ କ୍ରାଇମବ୍ରାଞ୍ଚ ପରଦା ହଟାଇ ଚାଲିଛି। ଟିଟୋର ମଠ ଏବଂ ବ୍ୟବସାୟ ପ୍ରତିଷ୍ଠାନ ସିଲ୍ କରିବା ପରେ କ୍ରାଇମବ୍ରାଞ୍ଚ ଆକାଉଣ୍ଟ ଫ୍ରିଜ୍ କରିଛି।

କେନ୍ଦ୍ରାପଡ଼ା ବଜାର ବ୍ରାଞ୍ଚରେ ଥିବା ୫ଟି ଆକାଉଣ୍ଟ ଫ୍ରିଜ୍ କରିଛି କ୍ରାଇମବ୍ରାଞ୍ଚ। ଏହି ଆକାଉଣ୍ଟରେ ଥିବା ୧୬ ଲକ୍ଷ ୪୨ ହଜାର ଟଙ୍କା ଫ୍ରିଜ କରାଯାଇଛି। ଏହାସହ ସିଲ୍ ହୋଇଥିବା ପେଟ୍ରୋଲ ପମ୍ପକୁ ନେଇ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍। ଟିଟୋ ବିଭିନ୍ନ ଅପରାଧରେ ଲିପ୍ତ ରହିଥିଲେ ମଧ୍ୟ ତାକୁ ପଟ୍ରୋଲ ପମ୍ପ ଖୋଲିବା ପାଇଁ କିଏ ଅନୁମତି ଦେଲା ସେନେଇ ତଦନ୍ତ ଆରମ୍ଭ ହୋଇଛି।

ଟିଟୋର ସ୍ତ୍ରୀ ବେନିଜିର୍‌ ବିବି ମଧ୍ୟ କ୍ରାଇମବ୍ରାଞ୍ଚ ସ୍କାନର୍‌ରେ ରହିଛି। ବେନିଜିର୍‌ଙ୍କ ନାମରେ ଅଧିକ ସମ୍ପତ୍ତି ରହିଥିବାରୁ ତାଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଜେରା କରିବ। କୌଣସି ବୃତ୍ତିରେ ନଥାଇ ସେ ଏତେ ସମ୍ପତ୍ତିର ମାଲିକ ହେଲେ କେମିତି ସେନେଇ ଛାନ୍‌ଭିନ୍ କରିବେ ତଦନ୍ତକାରୀ ଅଧିକାରୀ।

ଏହାସହ ଟିଟୋ ଚଢ଼ୁଥିବା ଅଡ଼ି କାର୍ ମଧ୍ୟ ଠାବ କରିଛି କ୍ରାଇମବ୍ରାଞ୍ଚ। ଏହି ଗାଡ଼ିର ମୂଲ୍ୟ ୯୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।

Comment