ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ ଦଳର ମଧ୍ୟଭାଗ ବ୍ୟାଟସମ୍ୟାନ୍ ମହମ୍ମଦ କେଫ୍ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି।

ଭାରତୀୟ କ୍ରିକେଟ ଦଳର ମଧ୍ୟଭାଗ ବ୍ୟାଟସମ୍ୟାନ୍ ମହମ୍ମଦ କୈଫ ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି।

୨୦୦୨ ନାଟୱେଷ୍ଟ ଶୃଙ୍ଖଳା ଫାଇନାଲରେ ଠିକ୍‍ ଜୁଲାଇ ୧୩ରେ ମହମ୍ମଦ କୈଫ ଲର୍ଡସ୍ ପଡ଼ିଆରେ ୮୭ ରନର ପାରି ଖେଳି ଦଳକୁ ବିଜୟୀ କରିଥିଲେ। ଏହା କୈଫଙ୍କ କ୍ରିକେଟ ଜୀବନର ଏକ ଐତିହାସିକ ପାଳି ଥିଲା।

ଶୁକ୍ରବାର ଅର୍ଥାତ୍ ଜୁଲାଇ ୧୩ ତାରିଖ ଦିନ କୈଫ କ୍ରିକେଟକୁ ଅଲବିଦା କହିଛନ୍ତି।


ନିଜ ଅବସର ବିଷୟରେ ଇମେଲ ମାଧ୍ୟମରେ ଜଣାଇଛନ୍ତି କୈଫ୍। ଇମେଲରେ ସେ ଲେଖିଛନ୍ତି “ମୁଁ ପ୍ରଥମ ଶ୍ରେଣୀ କ୍ରିକଟେର ସମସ୍ତ ଫର୍ମାଟରୁ ଅବସର ନେଉଛି। ଭାରତ ପାଇଁ ଖେଳିବା ମୋ ପାଇଁ ଗର୍ବର କଥା ଥିଲା। ଦକ୍ଷିଣ ଆଫ୍ରିକାରେ ବିଶ୍ୱକପ୍‍ କ୍ରିକେଟର ଫାଇନାଲ ପର୍ଯ୍ୟନ୍ତ ଯାଇଥିବା ଭାରତୀୟ ଦଳର ମୁଁ ଅଂଶ ଥିଲି। ଆଜି ମୁଁ ନାଟୱେଷ୍ଟ ଶୃଙ୍ଖଳାର ସେହି ଐତିହାସିକ ପାରିର ୧୬ ବର୍ଷ ପୂର୍ତ୍ତିରେ ଅବସର ଘୋଷଣା କରୁଛି।”

୩୭ ବର୍ଷିୟ କୈଫ ଭାରତ ପାଇଁ ୧୩ଟି ଟେଷ୍ଟ, ୧୨୫ଟି ଏକ ଦିବସୀୟ ମ୍ୟାଚ ଖେଳିଛନ୍ତି। ଟେଷ୍ଟରୁ ୩୨ ରନ ହାରରେ ୨୭୫୩ ରନ କରିଛନ୍ତି। ସେହିପରି ୧୨୫ ଏକ ଦିବସୀୟରେ ତାଙ୍କ ରନ ହାର ବି ୩୨ ରହିଛି। ସେ ବହୁ ଦିନ ଧରି ଉତ୍ତରପ୍ରଦେଶ କ୍ରିକେଟ ଦଳର ଅଧିନାୟକ ରହିଥିଲେ।

ଏବେ ଜଣେ କ୍ରିକେଟର ହିନ୍ଦୀ ଭାଷ୍ୟକାର ଭାବେ କାର୍ଯ୍ୟ କରୁଛନ୍ତି।

Comment