ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ୍ ହେବେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନନ୍ଦ ସରସ୍ୱତୀ। ଶନିବାର ଦିନ ସେ ୬ ସହଯୋଗୀଙ୍କୁ ନେଇ ରଥରେ ଚଢ଼ିବେ। ରଥାରୂଢ଼ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କୁ ଦର୍ଶନ କରିବା ପାଇଁ ଆଇନମନ୍ତ୍ରୀ ପ୍ରତାପ ଜେନା ତାଙ୍କୁ ନିମନ୍ତ୍ରଣ କରିଛନ୍ତି।

ଏହାସହ ରାଜ୍ୟପାଳ ଗଣେଣୀ ଲାଲ୍‌ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି। ପୁରୀ ଗୋବର୍ଦ୍ଧନ ପୀଠରେ ରାଜ୍ୟପାଳ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଥିଲେ। ରାଜ୍ୟପାଳଙ୍କୁ ସାକ୍ଷାତ ବେଳେ ଶ୍ରୀମନ୍ଦିରର ବିଭିନ୍ନ ପ୍ରସଙ୍ଗ ଆଲୋଚନା ହୋଇଥିଲା।

ଶଙ୍କରାଚାର୍ଯ୍ୟ କହିଛନ୍ତି, “ରଥଯାତ୍ରାକୁ ଯିବା ପାଇଁ ମତେ ନିମନ୍ତ୍ରଣ ମିଳିଛି। ୬ ସହଯୋଗୀଙ୍କୁ ନେଇ ରଥକୁ ଯିବି। ରଥଯାତ୍ରାକୁ ଶଙ୍ଖଳିତ କରିବା ପାଇଁ ପରାମର୍ଶ ଦେଇଛି।”

ଶଙ୍କରାଚାର୍ଯ୍ୟ ଆହୁରି କହିଛନ୍ତି ଯେ ଶ୍ରୀମନ୍ଦିର ଶୋଧନର ଆବଶ୍ୟକତା ରହିଛି। ସେବାୟତ ପିଲାମାନଙ୍କୁ ଶିକ୍ଷାଦାନ ପାଇଁ ପୁରୀ ଆଖପାଖରେ ଏକ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଆଇନ ମନ୍ତ୍ରୀଙ୍କୁ ଜଣାଇଛି।

Comment