ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାର ଆଜି ସବୁଠାରୁ ବଡ଼ ପର୍ବ ଶ୍ରୀଗୁଣ୍ଡିଚା ଯାତ୍ରା। ଚତୁର୍ଦ୍ଧାମୂର୍ତ୍ତି ଶ୍ରୀବଳଦେବ, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଏବଂ ସୁଦର୍ଶନ ତିନୋଟି ସୁସଜ୍ଜିତ ରଥରେ ଯିବେ ଗୁଣ୍ଡିଚା ଘର।

ଆଜି ସକାଳୁ ଶ୍ରୀମନ୍ଦିରର ଯଥାରୀତି ନୀତି ସମ୍ପନ୍ନ ହେଉଛି। ସକାଳର ପ୍ରଥମ ନୀତି ପରେ ରଥ ପ୍ରତିଷ୍ଠା କରାଯାଇଥିଲା। ଏବେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଧାଡ଼ି ପହଣ୍ଡିରେ ନିଆଯାଉଛି।

ଶ୍ରୀ ସୁଦର୍ଶନଙ୍କୁ ରଥରେ ବିଜେ କରାଯାଇଛି। ପ୍ରଭୁ ବଳଦେବଙ୍କୁ ସେବାୟତମାନେ ପହଣ୍ଡିରେ ଆଣୁଛନ୍ତି। ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇବା ପାଇଁ ବଡ଼ଦାଣ୍ଡରେ ଅପେକ୍ଷା କରି ରହିଛନ୍ତି।

ବଡ଼ ଭାଇ ବଳଦେବ ପହଣ୍ଡିରେ ଆସୁଥିବା ଦୃଶ୍ୟର ସିଧାପ୍ରସାରଣ ଲକ୍ଷଲକ୍ଷ ଦର୍ଶକ ଟେଲିଭଜନ ଚ୍ୟାନେଲ ଏବଂ ଡିଜିଟାଲ ମିଡିଆ ମାଧ୍ୟମରେ ଦର୍ଶନ କରୁଛନ୍ତି। ଟାହିଆ ହଲାଇ ବଳଦେବ ସେବାୟତମାନଙ୍କ ଭଡ଼ରେ ପାହାଚପାହାଚ ଓହ୍ଲାଇ ସିଂହଦ୍ଵାର ଗୁମୁଟ ଦେଇ ବଡ଼ଦାଣ୍ଡରେ ପହଞ୍ଚିବେ। ବଡ଼ଭାଇଙ୍କୁ ତାଳଧ୍ବଜ ରଥରେ ଅଧିଷ୍ଠିତ କରାଯିବ।

ଶ୍ରୀକ୍ଷେତ୍ର ପୁରୀରୁ ଶ୍ରୀଗୁଣ୍ଡିଚା ଯାତ୍ରାର ସିଧା ପ୍ରସାରଣ ଓଡ଼ିଶାଲାଇଭ୍‌ ଡିଜିଟାଲ ପୋର୍ଟାଲ (www.odisha.live), ୟୁଟ୍ୟୁବ ଚ୍ୟାନେଲ (www.youtube.com/odishalive) ଏବଂ ଫେସବୁକ୍ ପେଜ୍ (www.facebook.com/odishalive) ମାଧ୍ୟମରେ ଆପଣମାନଙ୍କ ପାଖରେ ପହଞ୍ଚୁଛି।

Comment