ଓଡିଶା ଲାଇଭ୍ ବ୍ୟୁରୋ

ଆଜି ଘୋଷଯାତ୍ରା। ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ବାହାରିବେ ବଡଦାଣ୍ଡକୁ। ତାଙ୍କର ଦର୍ଶନ ପାଇ ଧନ୍ୟ ମନେକରିବେ ଲକ୍ଷ ଲକ୍ଷ ଭକ୍ତ। ଏଥିପାଇଁ ଶ୍ରୀକ୍ଷେତ୍ର ହୋଇ ଉଠିଛି ଚଳଚଂଚଳ।

ବର୍ତମାନ ମହାପ୍ରଭୁଙ୍କର ସକାଳ ନୀତି ଚାଲିଛି। ଗୋପାଳବଲ୍ଲଭ ଓ ସକାଳ ଧୂପ ଚାଲିଛି। ଏହା ପରେ ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ନୀତି ଅନୁଷ୍ଠିତ ହେବ।

ଶ୍ରୀମନ୍ଦିର ପ୍ରଶାସନର ସୂନା ଅନୁଯାୟୀ ସକାଳ ୯.୩୦ରେ ପହଣ୍ଡି ଏବଂ ଅପରାହ୍‌ଣ ୪ଟାରେ ରଥଟଣା ହେବ।

ରଥଯାତ୍ରା ପାଇଁ ପୁରୀରେ ସୁରକ୍ଷା କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚଳିତବର୍ଷ ଶ୍ରୀଗୁଣ୍ଡିଚାରେ ପ୍ରାୟ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବାର ଅନୁମାନ କରାଯାଉଛି।

Rath Yatra

ଓଡ଼ିଶାର ଅଗ୍ରଣୀ ଡିଜିଟାଲ ଚ୍ୟାନେଲ ଓଡ଼ିଶାଲାଇଭ ପକ୍ଷରୁ ରଥଯାତ୍ରାର ପୂରା କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଉଛି। ଦେଶ ବିଦେଶର ଦର୍ଶକମାନେ ଶ୍ରୀଗୁଣ୍ଡିଚାର ଲାଇଭ ଓଡ଼ିଶାଲାଇଭର ୟୁଟ୍ୟୁବ ଏବଂ ଫେସବୁକ୍ ପ୍ଲାଟଫର୍ମରେ ମଧ୍ୟ ଦେଖିପାରିବେ।

Comment