ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାକୁ ହେଲେ ଶ୍ରଦ୍ଧାଳୁଙ୍କୁ ଏଣିକି ପ୍ରବେଶ ଶୁଳ୍କ ଦେବାକୁ ପଡିବ ନାହିଁ। ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଗୁଣ୍ଡିଚା ମନ୍ଦିର ପ୍ରବେଶ ପାଇଁ ବ୍ୟକ୍ତି ପିଛା ୨୦ ଟଙ୍କା ଫି ଦେବାକୁ ପଡୁଥିଲା।

ଠିକ୍ ସେହିଭଳି ଚଳିତ ଆର୍ଥିକ ବର୍ଷଠାରୁ ନରେନ୍ଦ୍ର ପୁଷ୍କରିଣୀ, ରୋହିଣୀ କୁଣ୍ଡ, ଶ୍ରୀମନ୍ଦିର ଲକ୍ଷ୍ମୀ ଭଣ୍ଡାର, ରୋଷ ଦର୍ଶନୀ ମହଲା, ନୀଳାଚଳ ଉପବନ ଓ କୋଇଲି ବୈକୁଣ୍ଠ ପାଇଁ ଶୁଳ୍କ ଆଦାୟ ସକାଶେ ଯେଉଁ ନିଲାମ ଡକା ଯାଉଥିଲା ତାହା ଆଉ ହେବ ନାହିଁ। ଏସବୁ ସ୍ଥାନକୁ ଶ୍ରଦ୍ଧାଳୁ ଏବେ ମାଗଣାରେ ଯାଇପାରିବେ।

ଶ୍ରୀମନ୍ଦିର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ଯେ, ଏହି ନିଲାମ ଡକା ବନ୍ଦ ହେଲେ ପ୍ରଶାସନକୁ ବାର୍ଷିକ ୭ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ। ତେବେ ଶ୍ରୀମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତିକୁ ଦର୍ଶକ ଓ ଶ୍ରଦ୍ଧାଳୁ ସ୍ୱାଗତ କରିଛନ୍ତି। ଏହି ନିଷ୍ପତ୍ତି ଫଳରେ ପୁରୀ ମନ୍ଦିରର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଏବେ ଅଧିକ ସଂଖ୍ୟକ ଯାତ୍ରୀ ଯାଇପାରିବେ।

Comment