ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଙ୍ଗଳବାର ରାତିରେ ହୀରାକୁଦ ଡ୍ୟାମର ଆଉ ୫ଟି ଖୋଲାଯାଇଛି। ଏବେ ମୋଟ ୨୦ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି। ଲଘୁଚାପ ଆଶଙ୍କାରେ ଅଧିକ ଗେଟ୍ ଖୋଲାଯାଇଥିବା ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି।

ମଙ୍ଗଳବାର ରାତି ସୁଦ୍ଧା ହୀରାକୁଦ ଡ୍ୟାମରେ ପ୍ରତି ସେକେଣ୍ଡରେ ୮୬ ହଜାର ୩୨ ଘନଫୁଟ୍ ପାଣି ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୨୩ ହଜାର ୫୫୦ ଘନଫୁଟ୍ ପାଣି ନିଷ୍କାସିତ ହେଉଛି।

ମଙ୍ଗଳବାର ସକାଳେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ହୀରାକୁଦରୁ ଛଡ଼ା ଯାଇଥିଲା। ପ୍ରଥମେ ୭ ନମ୍ବର ଗେଟ୍ ଖୋଲାଯିବା ପରେ ପର୍ଯ୍ୟାୟକ୍ରମେ ୧୩ଟି ଗେଟ୍ ଖୋଲା ଯାଇଥିଲା। ରାତି ସୁଦ୍ଧା ୧୫ଟି ଗେଟ୍ ଖୋଲିବା ପାଇଁ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଲଘୁଚାପ ଆଶଙ୍କା କରି ଆଉ ଅଧିକ ୫ଟି ଗେଟ୍ ଖୋଲାଯାଇଛି।

Comment