ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧଳସାମନ୍ତ ବ୍ରଦର୍ସଙ୍କ ସହ ଲିଙ୍କ୍ ଅଭିଯୋଗରେ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିଛି। ରଞ୍ଜିତା ଖୁବ୍‌ଶୀଘ୍ର ଜେଲ୍‌ରୁ ମୁକୁଳିବେ।

ଗତ ମାର୍ଚ୍ଚ ୭ ତାରିଖରେ ରଞ୍ଜିତାଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଥିଲା। ସୁଶିଲ ଧଳସାମନ୍ତ ଏବଂ ସୁଶାନ୍ତ ଧଳସାମନ୍ତଙ୍କ ସହଯୋଗୀ ଭାବେ ରଞ୍ଜିତା କାମ କରୁଥିବା ଅଭିଯୋଗ ହୋଇଥିଲା। ଧଳସାମନ୍ତ ବ୍ରଦର୍ସ ଜେଲ୍‌ରେ ଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଗ୍ୟାଙ୍ଗର ୪ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ହତ୍ୟାକାଣ୍ଡରେ ରଞ୍ଜିତାଙ୍କ ସଂପୃକ୍ତି ଥିଲା ଏବଂ ସେ ଗୁଳିଗୋଳା ସପ୍ଲାଏ କରିଥିବା ଅଭିଯୋଗ ହୋଇଥିଲା। ଫଳରେ ରଞ୍ଜିତାଙ୍କୁ ଗିରଫ କରାଯାଇଥିଲା।

ରଞ୍ଜିତା ଗିରଫ ହେବା ପରେ କଟକ ଜିଲ୍ଲା ବିଜେଡି ସଭାପତି ତାଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଥିଲେ। ଗତ ପୌର ନିର୍ବାଚନରେ ରଞ୍ଜିତା କଟକ ମହାନଗର ନିଗମର ୭ ନମ୍ବର ୱାର୍ଡରୁ କର୍ପୋରେଟର ଭାବେ ବିଜୟୀ ହୋଇଥିଲେ।

Comment