ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାନଦୀ ପଠାକୁ ସବୁଜ ବଳୟ  ଏବଂ ଜଳ ପ୍ରବାହକୁ ଅବ୍ୟାହତ ରଖିବା ପାଇଁ ଶୁଭାରମ୍ଭ ହୋଇଛି ସବୁଜ ମହାନଦୀ ମିଶନ୍। ସୁବର୍ଣ୍ଣପୁରରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଚାରା ରୋପଣ କରିବା ସହ ସୁବଜ ମହାନଦୀ ରଥର ଶୁଭାରମ୍ଭ କରିଛନ୍ତି।

ମହାନଦୀ ଏବଂ ଏହାର ଉପନବୀ ତେଲ୍‌ ଓ ଇବ୍‌ ଉପକୂଳ ଅଞ୍ଚଳର ଉଭୟ ପାର୍ଶ୍ୱରେ ସବୁଜ ବଳୟ ସୃଷ୍ଟି କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। ଏହାସହ ପର୍ଯ୍ୟାୟକ୍ରମେ ରାଜ୍ୟର ପ୍ରମୁଖ ନଦୀର ଉଭୟ ପାଖରେ ସବୁଜ ବଳୟ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି।

ପାଞ୍ଚ ବର୍ଷରେ ରାଜ୍ୟର ସବୁ ପ୍ରମୁଖ ନଦୀ ଗୁଡ଼ିକର ଉଭୟ ପାର୍ଶ୍ୱରେ ୪୧ ହଜାର ହେକ୍ଟର ସବୁଜ ବଳୟ ତିଆରି କରାଯିବ। ୫ କୋଟିରୁ ଅଧିକ ଚାରା ରୋପଣ କରାଯିବ। ଏଥିପାଇଁ ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।

ନଦୀର ଉଭୟ ପାର୍ଶ୍ୱରେ ଆମ୍ବ, ପଣସ, ଜାମୁ ଚାରା ରୋପଣ କରାଯିବାର ଲକ୍ଷ୍ୟ ରଖାଯାଇଛି।

Comment