ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ବର୍ଷର ପ୍ରଥମବନ୍ୟାଜଳ ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୧୫ଟି ଗେଟ୍‌ ଖୋଲାଯାଉଛି।

ଖୋଲିଲା ହୀରାକୁଦ ଡ୍ୟାମ ଗେଟ୍‌। ହୀରାକୁଦ ଡ୍ୟାମ୍‌ରୁ ପ୍ରଥମ ବନ୍ୟା ଜଳ ନିଷ୍କାସିତ ହୋଇଛି। ପରମ୍ପରା ଓ ନିୟମାନୁସାରେ ପୂଜାର୍ଚ୍ଚନା କରାଯିବା ପରେ ପୂର୍ବାହ୍ନ ୧୨ଟା ପରେ ଡ୍ୟାମ୍‌ର ୭ନମ୍ବର ଗେଟ୍‌ ଖୋଲାଯାଇଥିଲା। ଏହାପରେ ଖୋଲାଯାଇଥିଲା ୮ନମ୍ବର ଗେଟ୍‌। ମଙ୍ଗଳବାରଦିନ ପ୍ରାଥମିକ ପର୍ଯ୍ୟାୟରେ ୧୫ଟି ଗେଟ୍‌ ଖୋଲାଯାଉଛି ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲାପାଳ।

ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ଡ୍ୟାମ୍‌ର ଜଳସ୍ତର ୬୧୬.୪୫ ଫୁଟ ରହିଥିଲା। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧,୫୪,୪୦୦ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି।

ବରଗଡ, ଶାସନ, ସମ୍ବଲପୁର ଡିଷ୍ଟିବ୍ୟୁଟାରୀ, ପାୱାର ଚ୍ୟାନେଲ ମାଧ୍ୟମରେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୧୧,୩୬୯ କ୍ୟୁସେକ୍‌ ଜଳ ନିଷ୍କାସନ କରାଯାଉଛି।

୨୪ ଘଣ୍ଟା ମଧ୍ୟରେ ଜଳଭଣ୍ଡାରର ଉପରମୁଣ୍ଡରେ ୪୧.୨୫ ମି.ମି. ଏବଂ ତଳ ମୁଣ୍ଡରେ ୧୭.୨୨ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ହୀରାକୁଦ ଡ୍ୟାମ କୋଣ୍ଟ୍ରଲ ରୁମ୍‌ ପକ୍ଷରୁ ସୂଚୀତ କରାଯାଇଛି।

ହୀରାକୁଦରେ ଜଳ ଛଡ଼ା ଯାଉଥିବାରୁ ନଦୀକୁ ନ ଯିବା  ପାଇଁ ଲୋକଙ୍କୁ ସତର୍କ କରି ଦିଆଯାଇଛି। ଏ ସମ୍ପର୍କରେ ଡାକବାଜି ଯନ୍ତ୍ରରେ ମଧ୍ୟ ଲୋକଙ୍କୁ ଅବଗତ କରାଯାଇଛି। ତାସହ ହୀରାକୁଦ ଜଳଭଣ୍ଡାରର ତଳି ଅଞ୍ଚଳ ତଥା ମହାନଦୀ ଅବବାହିକାରେ ବସବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।  ତେବେ ଏହି ବନ୍ୟା ଜଳ ଛଡ଼ାଗଲା ମୁଣ୍ଡଳିରେ ପହଞ୍ଚିବାକୁ ଆଉ ପ୍ରାୟ ୪୦ ଘଣ୍ଟା ଲାଗିବ।

Comment