ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍ ଏବଂ ସୋସିଆଲ୍ ଚ୍ୟାନେଲ୍‌ରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା, ବାହୁଡ଼ା ଏବଂ ସୁନାବେଶର ସିଧାପ୍ରସାରଣ କରାଯିବା ପରେ ମଙ୍ଗଳବାର (୨୪ ଜୁଲାଇ)ରେ ଅଧରନୀତିର ସିଧାପ୍ରସାରଣ କରାଯିବ। ଓଡ଼ିଶା ତଥା ଦେଶ ବିଦେଶର ଦର୍ଶକମାନଙ୍କ ପାଖରେ ଏହି ବିଶେଷ ନୀତିକୁ ଡିଜିଟାଲ ମିଡିଆ ମାଧ୍ୟମରେ ଓଡ଼ିଶାଲାଇଭ୍‌ ପହଞ୍ଚାଇବ।

ମଙ୍ଗଳବାର ସନ୍ଧ୍ୟା ୫ଟାରୁ  ଓଡ଼ିଶାଲାଇଭ୍‌ର ନ୍ୟୁଜ୍‍ ପୋର୍ଟାଲ (www.odisha.live) ସହିତ ଫେସବୁକ ପେଜ୍‍ (www.facebook.com/odishalive) ଏବଂ ୟୁଟ୍ୟୁବ୍‍ ଚ୍ୟାନେଲରେ (www.youtube.com/odishalive) ଚତୁର୍ଦ୍ଧା ମୂର୍ତ୍ତିଙ୍କର ଅଧରନୀତିର ସିଧାପ୍ରସାରଣ ଆରମ୍ଭ ହେବ।

ଦେଶବିଦେଶର ଦର୍ଶକମାନେ କମ୍ପ୍ୟୁଟର, ଲାପଟପ, ଟ୍ୟାବ୍‍ ଏବଂ ମୋବାଇଲ ଫୋନ ମାଧ୍ୟମରେ ଅଧରନୀତିର ସିଧାପ୍ରସାରଣ କାର୍ଯ୍ୟକ୍ରମ ଦେଖିପାରିବେ। ଓଡ଼ିଶା ତଥା ବାହାରର ଦର୍ଶକମାନଙ୍କ ସୁବିଧା ପାଇଁ ନ୍ୟୁଜ୍‍ ପୋର୍ଟାଲ (www.odisha.live) ସହିତ ଫେସବୁକ ପେଜ୍‍ (www.facebook.com/odishalive) ଏବଂ ୟୁଟ୍ୟୁବ୍‍ ଚ୍ୟାନେଲରେ (www.youtube.com/odishalive) ଏହି ସିଧାପ୍ରସାରଣର ଆୟୋଜନ କରାଯିବ।

ଚଳିତ ରଥଯାତ୍ରାର ଶେଷ ପର୍ଯ୍ୟାୟରେ ନିଳାଦ୍ରୀବିଜେ ଅବସରରେ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିଯାଇ ରତ୍ନ ସିଂହାସନରେ ବସିବେ। ଜୁଲାଇ ୨୫ ତାରିଖ ବୁଧବାର ଦିନ ଦେଶବିଦେଶରେ ଦର୍ଶକମାନେ ଓଡ଼ିଶାଲାଇଭ୍‌ ନ୍ୟୁଜ୍‍ ପୋର୍ଟାଲ ଓ ସୋସିଆଲ ଚ୍ୟାନେଲ ମାଧ୍ୟମରେ ପୁରୀରୁ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିପାରିବେ।

ଶ୍ରୀଗୁଣ୍ଡିଚା ଅବସରରେ ଚଳିତବର୍ଷ ୧୦ ଲକ୍ଷରୁ ଅଧିକ ଦର୍ଶକ ଓଡ଼ିଶାଲାଇଭର ବିଭିନ୍ନ ଚ୍ୟାନେଲ ମାଧ୍ୟମରେ ଶ୍ରୀକ୍ଷେତ୍ରରୁ ରଥଯାତ୍ରାର ସିଧାପ୍ରସାରଣ ଦେଖିଥିଲେ। ଏହା ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭକୁ ଏକ ନୂଆ ଉଚ୍ଚତାକୁ ନେଇପାରିଛି। ସେହିପରି ବାହୁଡ଼ା ଏବଂ ସୁନାବେଶର ସିଧାପ୍ରସାରଣ ମଧ୍ୟ ଦେଖିଛନ୍ତି ଦର୍ଶକ।

Comment