ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁଆଖାଇ ନଦୀରେ ବୁଡ଼ି ନିଖୋଜ ହୋଇଥିବା ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ପୁଣି କୁଆଖାଇରେ ଅଘଟଣ। କୁଆଖାଇ ନଦୀରେ ୨ଛାତ୍ର ନିଖୋଜ ଛାତ୍ରଙ୍କ ମିଳିଲା ମୃତଦେହ। ବୁଧବାରଦିନ ସକାଳୁ ବ୍ରିଜ ନିକଟକୁ ୬ଜଣ ଛାତ୍ର ଗାଧୋଇବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ଛାତ୍ର ନିଖୋଜ ହୋଇଯାଇଥିଲେ। ଅଗ୍ନିଶମ କର୍ମଚାରୀଙ୍କ ବହୁ ଖୋଜାଖୋଜି ପରେ ଦୁଇ ଛାତ୍ରଙ୍କ ପତ୍ତା ମିଳିଥିଲା। ତୁରନ୍ତ ସେମାନଙ୍କୁ ଡାକ୍ତଖାନା ନିଆଯାଇଥିବାବେଳେ ସେଠାରେ ତାଙ୍କର ମୃତ ହୋଇଥିଲା।

ମୃତ ଛାତ୍ର ଦୁଇ ଜଣ ୟୁନିଟ-୯ ବାଳକ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଜଗମୋହନ ସାହୁ ଓ ସାଥିକ ଦିଗଲ ବୋଲି ଜଣାପଡ଼ିଛି।

ବୁଧବାରଦିନ ସକାଳ ପ୍ରାୟ ୧୧ଟାବେଳେ  ୬ଜଣ ଛାତ୍ର ନଦୀକୂଳକୁ ଯାଇ ଗାଧୋଇବାକୁ ଆସିଥିଲେ। ତେବେ ସେମାନଙ୍କ ମଧ୍ୟରୁ ଜଗମୋହନ, ସୋଫିକ, ଅମନ ସାହୁ, ତ୍ରିଲୋଚନ ନାଏକ, ଦେବାଶିଷ ନାଏକ ପାଣି ଭିତରକୁ ଯାଇଥିବା ବେଳେ ରାକେଶ ନାଏକ ଉପରେ ଛିଡ଼ା ହୋଇଥିଲେ।

ଗାଧୋଉଥିବାବେଳେ ୫ଜଣଙ୍କ ମଧ୍ୟରୁ ୨ଜଣ ବୁଡ଼ି ଯାଇଥିଲେ। ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତ ଅବସ୍ଥାରେ ୧୨.୧୦ରେ ଜଣଙ୍କୁ ଏବଂ ୧.୧୫ରେ ଅନ୍ୟଜଣଙ୍କୁ ଉଦ୍ଧାର କରିଥିଲେ। ସାଙ୍ଗେସାଙ୍ଗେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comment