ଓଡ଼ିଶାଲାଇଭ୍ ବ୍ୟୁରୋ

ପଟିଦାର ସଂରକ୍ଷଣ ଆନ୍ଦୋଳନର ନେତା ହାର୍ଦ୍ଦିକ ପଟେଲ୍‍ ଦୁଇ ବର୍ଷ ଜେଲ୍‍ ଦଣ୍ଡାଦେଶ ଶୁଣାଯିବାର କିଛି ସମୟ ପରେ ଜାମିନ ମିଳିଛି।

ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ୍‌ଙ୍କୁ ଜେଲ୍‌ ଦଣ୍ଡାଦେଶ ଶୁଣାଯିବାର କିଛି ସମୟ ପରେ ଜାମିନ ମିଳିଛି। ତିନି ବର୍ଷ ପୁରୁଣା ଏକ ଦଙ୍ଗା ମାମଲାରେ ହାର୍ଦ୍ଦିକ ଓ ଅନ୍ୟ ୨ଜଣଙ୍କୁ ଜାମିନ୍‌ ମିଳିଛି।

ସେମାନଙ୍କ ନାମରେ ସରକାରୀ ସମ୍ପତ୍ତି ନଷ୍ଟ କରିବା, ବିକ୍ଷୋଭ, ଦଙ୍ଗା ସୃଷ୍ଟି କରିବା ଭଳି ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗ ଆସିଥିଲା। ତିନି ଜଣଙ୍କୁ ଦୁଇ ବର୍ଷ ଜେଲ୍‍ ଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କାର ଜରିମାନା ଦାଖଲ କରିବାକୁ କୁହାଯାଇଥିଲା। ପ୍ରମାଣ ଅଭାବରୁ ଅନ୍ୟ ୧୪ ଜଣଙ୍କୁ ନିର୍ଦୋଷରେ ଖଲାସ କରାଯାଇଛି।

୨୦୧୫ରେ ମେହସାଣାର ବିସନଗରରେ ପଟିଦାର ଆନ୍ଦୋଳନ ସମୟରେ ହାର୍ଦ୍ଦିକ୍ ଏବଂ ଅନ୍ୟ ୧୬ ଜଣଙ୍କ ନେତୃତ୍ୱରେ ୫୦୦ରୁ ଅଧିକ ଲୋକ ବିଧାୟକଙ୍କ ଅଫିସ୍‌ ଉପରେ ଆକ୍ରମଣ କରି ଭଙ୍ଗାରୁଜା କରିଥିଲେ।

ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ନିଜ ସମ୍ପ୍ରଦାୟର ସଦସ୍ୟଙ୍କ ପାଇଁ ସଂରକ୍ଷଣକୁ ନେଇ ଆସନ୍ତା ଅଗଷ୍ଟ ୨୫ ତାରିଖରୁ ହାର୍ଦ୍ଦିକ୍ ଆମରଣ ଅନଶନ କରିଥାନ୍ତେ। ଏନେଇ ସେ ନିଜ ଫେସ୍‌ବୁକ୍‌ ପେଜ୍‌ରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହା ତାଙ୍କ ଅନ୍ତିମ ଯୁଦ୍ଧ ବୋଲି ସେ ଏଥିରେ କହିଥିଲେ।

Comment