ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶ ସ୍ଵାଧୀନତାର ୭୧ବର୍ଷ ପରେ ପାକିସ୍ତାନର ପଞ୍ଜାବ ଜିଲ୍ଲାର ଖୁଆବ୍ ଗାଁରେ ପ୍ରଥମଥର ପାଇଁ ଭୋଟ ଦେଇଛନ୍ତି ମହିଳା।

ପାକିସ୍ତାନରେ ବୁଧବାର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନରେ ଭାଗନେଇଛନ୍ତି ଲକ୍ଷଲକ୍ଷ ସଂଖ୍ୟରେ ଭୋଟର। ସ୍ଵାଧୀନାର ୭୧ବର୍ଷ ଭିତରେ ପାକିସ୍ତାନରେ ଏଯାବତ୍ ୧୧ଥର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ପାକିସ୍ତାନରେ ଏମିତି କିଛି ରକ୍ଷଣଶୀଳ ଗାଁ ରହିଛି ଯେଉଁଠି ମହିଳାଙ୍କୁ ମତଦାନର ଅଧିକାର ମିଳିନଥାଏ। ସେମିତି ଏକ ଗାଁ ହେଉଛି ପଞ୍ଜାବ ଜିଲ୍ଲାର ଖୁଆବ୍ ଗାଁ।

ଗତ ୧୯୪୭ଠାରୁ ମହିଳାଙ୍କୁ ମତଦାନ ଅନୁମତି ମିଳିନାହିଁ। ଦେଶର ସମ୍ବିଧାନ ମହିଳାଙ୍କୁ ମତଦାନ ଅଧିକାର ଦେଇଥିଲେ ମଧ୍ୟ ଏହି ଗାଁରେ ମହିଳାଙ୍କୁ ଭୋଟ ଦେବାକୁ ବାରଣ କରାଯାଇଥାଏ। ଏହାଦ୍ୱାରା ପୁରୁଷଙ୍କ ସମ୍ମାନରେ ଆଞ୍ଚ୍‌ ଆସିବ ବୋଲି ସ୍ଥାନୀୟ ଲୋକେ କୁହନ୍ତି।

ମାତ୍ର ଚଳିତ ନିର୍ବାଚନରେ ନିର୍ବାଚନ ଆୟୋଗ ଆଣିଛନ୍ତି ନୂଆ ନିୟମ। ଏହା ଅନୁସାରେ ପ୍ରତି ଅଞ୍ଚଳରେ ୧୦ ପ୍ରତିଶତ ମହିଳା ଭୋଟର ମତଦାନ କରିବା ବାଧ୍ୟତା ମୂଳକ। ଏପରି ନ ହେଲେ ସେଠାକାର ଫଳାଫଳକୁ ରଦ୍ଦ କରି ଦିଆଯିବ। ନୂତନ ନିୟମ ଅନୁସାରେ ଏଠାରେ ସ୍ଵାଧୀନତାର ୭୧ ବର୍ଷ ପରେ ମହିଳାମାନେ ପ୍ରଥମ ଥର ଲାଗି ଭୋଟ ଦେଇପାରିଛନ୍ତି।

Comment