ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିହାର ମୁଙ୍ଗେର ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା। ୪୪ ଫୁଟ୍ ଗଭୀର ବୋରୱେଲ୍ ଭିତରକୁ ଖସିପଡ଼ିଛି ୩ ବର୍ଷର ଶିଶୁ। ମଙ୍ଗଳବାର ରାତିରୁ ଶିଶୁଟି ବୋରୱେଲ ଭିତରକୁ ଖସିପଡ଼ିଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରାଯାଇ ପାରିନାହିଁ। ଜିଲ୍ଲା ପ୍ରଶାସନ ଏବଂ ଏସ୍‌ଡିଆର୍‌ଏଫ୍ ଟିମ୍ ଶିଶୁକୁ ଉଦ୍ଧାର କରିବା ପାଇଁ ଅପରେସନ୍ ଜାରୀ ରଖିଛନ୍ତି।

୩ ବର୍ଷର ସନା ନିଜ ଆଈ ଘରକୁ ବୁଲିବାକୁ ଆସିଥିଲେ। ବାହାରେ ବୁଲୁଥିବା ବେଳେ ଖୋଲା ବୋରୱେଲ୍‌ ଭିତରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଏନେଇ ପ୍ରଶାସନକୁ ଖବର ଦେଇଥିଲେ। ସଦର ଡାକ୍ତରଖାନାର ଡାକ୍ତର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏସ୍‌ଡିଆର୍‌ଏଫ୍ ପକ୍ଷରୁ ପୂରା ଘଟଣା ଉପରେ ନଜର ରଖଯାଇଛି।

ଏସ୍‌ଡିଆର୍‌ଏଫ୍‌ ଇନ୍ସିପେକ୍ଟର କହିଛନ୍ତି ଯେ ବର୍ତ୍ତମାନ ବୋରୱେଲ୍‌କୁ ଖୋଳାଯାଉଛି। ପ୍ରାୟ ୪୨ ଫୁଟ୍‌ ଖୋଳା ସରିଲାଣି। ହେଲେ ଶିଶୁଟିର ସନ୍ଧାନ ମିଳିନାହିଁ। ଆଉ ୨ ଫୁଟ ଖୋଳାଯିବ। ଏଥିରେ ୫୦ ଶ୍ରମିକ ଲାଗିଛନ୍ତି।

Comment