ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସମ୍ବଲପୁର ଜିଲ୍ଲା ଯମନକିରା ବ୍ଲକରେ ଥିବା ଆନ୍ଧ୍ର ବ୍ୟାଙ୍କରୁ ଲୁଟ
  • ବନ୍ଧୁକ ମୁନରେ ୧୦ଲକ୍ଷ ୯୩ହଜାର ଟଙ୍କା ଲୁଟ
  • ସିସିଟିଭି ହାର୍ଡଡିକ୍ସ ନେଇ ଚମ୍ପଟ୍ ମାରିଛନ୍ତି ଦୁର୍ବୃତ୍ତ
  • ଘଟଣା ସ୍ଥଳରେ ପୋଲିସର ଛାନଭିନ୍

ଆନ୍ଧ୍ର ବ୍ୟାଙ୍କରୁ ଲୁଟ। ସମ୍ବଲପୁର ଜିଲ୍ଲା ଯମନକିରା ବ୍ଲକରେ ଥିବା ଏକ ଆନ୍ଧ୍ର ବ୍ୟାଙ୍କ୍ ଲୁଟ ହୋଇଛି। ଦିନ ଦ୍ଵିପହରରେ ଘଟିଛି ଏହି ଘଟଣା।

୩ଜଣ ଦୁର୍ବୃତ୍ତ କଳା ପଲସରରେ ମୁଖା ପିନ୍ଧି ଆସି ବ୍ୟାଙ୍କ୍ ଭିତରେ ପଶିଥିଲେ। ସେତେବେବେଳେ ବ୍ୟାଙ୍କ୍ ୩ଜଣ କର୍ମଚାରୀ ଥିବା ସହ କିଛି ଗ୍ରାହକ ମଧ୍ୟ ଉପସ୍ଥିତ ଥିଲେ। ସେମାନଙ୍କୁ ବନ୍ଧୁକ ଦେଖାଇବା ସହ ଧମକାଇ ୧୦ଲକ୍ଷ ୯୩ହଜାର ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ। ଏପରିକି ସିସିଟିଭି ହାର୍ଡଡିକ୍ସ ନେଇ ଚମ୍ପଟ୍ ମାରିଛନ୍ତି ଦୁର୍ବୃତ୍ତ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।

Comment