ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖାଦ୍ୟ ପ୍ରସ୍ତୁତି ସମୟରେ ଏହାର ସ୍ବାଦ ବଢ଼ାଇବା ପାଇଁ ଭୃସଙ୍ଗ ପତ୍ରର ବ୍ୟବହାର କରାଯାଏ। ଏହାବାଦ୍ ଭୃସଙ୍ଗ ପତ୍ରରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ।

ବହୁ ସବୁଜ ଜାତୀୟ ପତ୍ରର ଭିନ୍ନଭିନ୍ନ ଉପକାରିତା ରହିଛି। ଯେପରି ଭୃସଙ୍ଗ ପତ୍ରର ବହୁ ଉପକାରିତା ଗୁଣ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀର ବହୁ ପରିମାଣରେ ସୁସ୍ଥ ରହିଥାଏ। ଭୃସଙ୍ଗ ପତ୍ରରେ କାର୍ବୋହାଇଡ଼୍ରେଡ଼,ଫସଫରସ, ପ୍ରୋଟିନ, ଭିଟାମିନ ଏ, ସି, କେ ଆଦି ଭରି ରହିଛି।

  • ଭୃସଙ୍ଗ ପତ୍ରରେ ଫାଇବର ଥିବାରୁ ରକ୍ତରେ ଇନ୍‌ସୁଲିନ୍‌କୁ ପ୍ରଭାବିତ କରି ବ୍ଲଡ୍‌ ସୁଗାର ମାତ୍ରାକୁ କମ୍ କରିଥାଏ।
  • ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ହଜମ ଶକ୍ତି ବଢ଼ିବା ସହ ଓଜନ ହ୍ରାସ କରିଥାଏ। ତେଣୁ ମଧୁମେହ ଓ ଓଜନ ବୃଦ୍ଧି ପାଉଥିବା ଲୋକେ ଏହି ପତ୍ର ଖାଇବା ଆବଶ୍ୟକ।
  • ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ବ୍ଲଡ୍‌ରେ କୋଲେଷ୍ଟ୍ରରଲ୍‌ ମାତ୍ରା କମ୍ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଏହା ବ୍ଲଡ୍‌ରେ ଗୁଡ୍‌ କୋଲେଷ୍ଟ୍ରରଲ୍ ମାତ୍ରା ବୃଦ୍ଧି କରି ହୃଦ୍ ସମ୍ପର୍କିତ ରୋଗରୁ ଆମକୁ ରକ୍ଷା କରିଥାଏ।
  • ପ୍ରତିଦିନ ସକାଳେ ଅଧାକପ୍‌ ଭୃସଙ୍ଗପତ୍ର ରସ ପିଇଲେ ମଧୁମେହରୁ ମୁକ୍ତି ମିଳେ।
  • ଭୃସଙ୍ଗପତ୍ର ରସ ଲିଭରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରି ଏହାର କାର୍ଯ୍ୟକୁ ସ୍ବାଭାବିକ କରେ। ଏଥିରେ ଭିଟାମିନ ବି୧, ବି୩, ବି୯ ଏବଂ ସି ରହିଥାଏ। ଏହା ସହିତ ଏଥିରେ ଆଇରନ, କ୍ୟାଲସିୟମ ଏବଂ ଫସଫରସ ରହିଛି।

  • ପ୍ରତିଦିନ ଭୃସଙ୍ଗପତ୍ର ଚୋବାଇବା ଖାଇଲେ ଦ୍ୱାରା ମେଦବହୁଳତାରୁ ମିଳେ ମୁକ୍ତି।
  • ଏକ ଚାମଚ ମହୁରେ ଭୃସଙ୍ଗପତ୍ର ରସ ମିଶାଇ ପିଇଲେ କଫ ବାହାରି ଯାଇଥାଏ। ଏହାକୁ ନିୟମିତ ପିଇଲେ ହାର୍ଟ ଆଟାକ୍‌ ଆଶଙ୍କା କମିଥାଏ।
  • ବହୁ ଲୋକଙ୍କୁ ଅଧିକ ସମୟ ନିଦ ଓ ଅଳସୁଆ ଲାଗିଥାଏ। ସେମାନେ ପ୍ରତିଦିନ ୬ରୁ ୭ଟି ଭୃସଙ୍ଗ ପତ୍ର ନିୟମିତ ଏକ ମାସ ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
  • ନିୟମିତ ୨ରୁ ୩ଟି ଭୁସଙ୍ଗପତ୍ର ଖାଇବା ଦ୍ୱାରା ଅଣ୍ଟା ବିନ୍ଧା ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ମିଳିଥାଏ।
  • ଭୁସଙ୍ଗପତ୍ର ନିୟମିତ ଖାଇବା ଦ୍ୱାରା ଏହା କେଶର ବିଭିନ୍ନ ସମସ୍ୟାକୁ ଦୂର କରିଥାଏ। ଯେପରି କେଶରେ ହେଉଥିବା ରୂପିକୁ ଦୂର କରିଥାଏ। କେଶକୁ ମୋଟା କରିବା ସହ କେଶ ଉପୁଡ଼ିବା ମଧ୍ୟ କମାଇଥାଏ।
  • ଏହାକୁ ନିୟମିତ ଖାଇବା ଦ୍ୱାରା ଚର୍ମ ସୁସ୍ଥ ରହିଥାଏ। ଚର୍ମ ଜନିତ କୌଣସି ରୋଗ ହୋଇନଥାଏ।

Comment