ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର କାଶ୍ମୀର ବାନ୍ଦିପୋରର ଗୁରେଜ ସେକ୍ଟରରେ ପାକିସ୍ତାନୀ ଆତଙ୍କବାଦୀ ଗୁଳି ବର୍ଷଣ କରିବା ସହ ମୋର୍ଟାର ମାଡ଼ କରିଛି। ଏଥିରେ ୪ ଜଣ ଯବାନ ସହିଦ୍ ହୋଇଛନ୍ତି।
ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଉତ୍ତର କାଶ୍ମୀର ବାନ୍ଦିପୋରର ଗୁରେଜ ସେକ୍ଟରରେ ପାକିସ୍ତାନୀ ଆତଙ୍କବାଦୀ ଗୁଳି ବର୍ଷଣ କରିବା ସହ ମୋର୍ଟାର ମାଡ଼ କରିଛି। ଏଥିରେ ୪ ଜଣ ଯବାନ ସହିଦ୍ ହୋଇଛନ୍ତି।
ଜାମ୍ମୁ ଓ କାଶ୍ମୀରରେ ବଡ ଧରଣର ଅନୁପ୍ରବେଶକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ। ମଙ୍ଗଳବାରଦିନ ସକାଳେ ଆତଙ୍କବାଦୀମାନେ ଗୁରେଜ ସେରରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ବେଳେ ସେନା ବାହିନୀ ପକ୍ଷରୁ ଏହାର କଡ଼ା ଜବାବ ଦେଇଥିଲେ। ଗୁଳିବିନିମୟରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ମେଜର ଓ ତିନିଜଣ ଯବାନ ସହିଦ ହୋଇଛନ୍ତି। ଘଟଣାସ୍ଥଳରେ ଏବେ ସେନା ପକ୍ଷରୁ ଅପରେସନ ଜାରିରହିଛି।

















