ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଆରଏଚଡିସି ଦୁର୍ନୀତି ମାମଲାରେ ଆଇଏଏସ ବିନୋଦ କୁମାର ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ପରେ ଭିଜିଲାନ୍ସ କୋର୍ଟ  ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ଭିଜିଲାନ୍ସ କୋର୍ଟ।

ଆଇଏଏସ ବିନୋଦ କୁମାର ୩ବର୍ଷ ଜେଲ୍‌। ଓଡ଼ିଶା ଗ୍ରାମ୍ୟ ଗୃହନିର୍ମାଣ ନିଗମ(ଓଆରଏଚଡିସି) ଦୁର୍ନତି ମାମଲରେ ଏହାର ତତ୍‌କାଳୀନ ପରିଚାଳନା ନିର୍ଦ୍ଦେଶକ ତଥା ଆଇଏଏସ ଅଧିକାରୀ ବିନୋଦ କୁମାର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।

ଆତ୍ମସମର୍ପଣ ପରେ ଭିଜିଲାନ୍ସ କୋର୍ଟ ଅଭିଯୁକ୍ତ ଆଇଏଏସ ଅଫିସର ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ଭିଜିଲାନ୍ସ କୋର୍ଟ। ଏହି ମାମଲାରେ ଅନ୍ୟତମ ଦୋଷୀ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ବି ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି।

ଆତ୍ମସମର୍ପଣ ପାଇଁ ହାଇକୋର୍ଟ ପକ୍ଷରୁ ଅଗଷ୍ଟ ୧୦ ତାରିଖ ସମୟ ଦିଆଯାଇଥିଲା। ଶୁକ୍ରବାର ଭୁବନେଶ୍ବର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆଇଏଏସ ବିନୋଦ କୁମାର ଆତ୍ମସମର୍ପଣ କରିଥିଲେ। ତାଙ୍କ ନାମରେ ପୂର୍ବରୁ ଏନବିବ୍ଲ୍ୟୁ ଜାରି ହୋଇଥିଲା। ହାଇକୋର୍ଟଙ୍କଠାରୁ ମିଳିଥିବା ସୁରକ୍ଷା ଅବଧି ଶେଷ ହେବା ପରେ ଆଇଏଏସ ବିନୋଦ କୁମାର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ଆତ୍ମସମର୍ପଣ କରିଥିଲେ।

ଆଇଏଏସ ବିନୋଦ କୁମାରଙ୍କ ନାମରେ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଯେଉଁ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିଥିଲେ। ଏହା ଉପରେ ଚଳିତମାସ ଅର୍ଥାତ ଅଗଷ୍ଟ ମାସ ୧୦ ତାରିଖ ଯାଏ ଓଡ଼ିଶା ହାଇକୋର୍ଟ ବିନୋଦ କୁମାରଙ୍କୁ ସାମୟିକ ଆଶ୍ୱସ୍ତି ଦେଇଥିଲେ।

ଓଆରଏଚଡିସି ଦୁର୍ନୀତି ମାମଲାରେ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଓଆରଏଚଡିସିର ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର (ଆଇଏଏସ), ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସ, ଆକାଉଣ୍ଟାଣ୍ଟ ପ୍ରଦୀପ ରାଉତ ଓ ଚିତ୍ତରଞ୍ଜନ ମଲ୍ଲିକଙ୍କ ନାମରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିଥିଲେ।

Comment