ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଶାକର୍ମୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ଆଶା ଅବ୍ୟାହତି ଯୋଜନା’ ଅନ୍ତର୍ଗତ ଏକକାଳୀନ ଆର୍ଥିକ ସହାୟତା ରାଶିକୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ଆଶାକର୍ମୀଙ୍କ ମୁହଁରେ ଫୁଟିଲା ହସ। ଆର୍ଥିକ ସହାୟତା ରାଶିକୁ  ୨୦ ହଜାର ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାମ କରୁଥିବା ‘ଆଶା’ମାନଙ୍କୁ ଛତା, ଚପଲ, ସାଇକେଲ୍‌, ଆଲମିରା ଓ ଟର୍ଚ କିଣିବା ପାଇଁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ଏହି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହା ଦ୍ୱାରା ରାଜ୍ୟର ୪୭ ହଜାର ‘ଆଶା’ ଉପକୃତ ହେବେ।

‘ଆଶା ଅବ୍ୟାହତି ଯୋଜନା’ ଅନ୍ତର୍ଗତ ଏକକାଳୀନ ଆର୍ଥିକ ସହାୟତା ରାଶିକୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ଏଣିକି ‘ଆଶା’ମାନେ ଅତି କମ୍‌ରେ ୧୦ ବର୍ଷ କାର୍ଯ୍ୟ କରିବା ପରେ ସ୍ୱେଚ୍ଛାକୃତ ଭାବରେ ଅବସର ନେଲେ କିମ୍ବା ୬୨ ବର୍ଷ ବୟସରେ କାର୍ଯ୍ୟରୁ ଅବ୍ୟାହତି ନେଲେ ସେମାନଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରାଯିବ।

Comment