ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଗଲାଣି। ଓଡ଼ିଶାରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଏକାଠି ହେଉଥିବାରୁ ନିର୍ବାଚନ କମିଶନ ଓଡ଼ିଶା ଉପରେ ଅଧିକ ଫୋକସ୍ କରୁଛନ୍ତି। ଓଡ଼ିଶା ପାଇଁ ଅଧିକ ଭୋଟିଂ ମେସିନ୍ ଆବଶ୍ୟକତା ଥିବାରୁ ବିଭିନ୍ନ ରାଜ୍ୟରୁ ଏହା ସଂଗ୍ରହ ଚାଲିଛି। ଏହି କ୍ରମରେ ଆଜି ଉତ୍ତରପ୍ରଦେଶରୁ ଇଭିଏମ୍ ଆସିଛି। ଝାରସୁଗୁଡ଼ାରେ ଇଭିଏମ୍ ମେସିନକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି।

ଉତ୍ତରପ୍ରଦେଶରୁ ଟ୍ରେନରେ ୭୦ଟି କଣ୍ଟେନରରେ ଇଭିଏମ୍ ଆସିଛି। ଝାରସୁଗୁଡ଼ା ଷ୍ଟେସନରେ ପହଞ୍ଚିବା ପରେ ଏଗୁଡ଼ିକୁ କଣ୍ଟେନର୍ କର୍ପୋରେସନ୍ ୟାର୍ଡରେ ରଖାଯାଇଛି। ଅଗଷ୍ଟ ୧୭ ତାରିଖ ଭିତରେ ୧୨ଟି ଜିଲ୍ଲାରେ କଡ଼ା ସୁରକ୍ଷା ବଳୟ ଭିତରେ ଇଭିଏମ୍ ପହଞ୍ଚାଯିବ।

ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲା ପାଇଁ ୩୦ ହଜାର ଇଭିଏମ୍ ଆସିଛି। ଝାରସୁଗୁଡ଼ା, କଟକ, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା, ଗଞ୍ଜାମ, କଳାହାଣ୍ଡି ଜିଲ୍ଲା ପାଇଁ ଇଭିଏମ୍ ଆସିଛି।

ଇଭିଏମ୍ ନେବା ପାଇଁ ସଂପୃକ୍ତ ଜିଲ୍ଲାର ଅଧିକାରୀମାନେ ଝାରସୁଗୁଡ଼ାରେ ପହଞ୍ଚୁଛନ୍ତି। ଅନ୍ୟ ଜିଲ୍ଲା ପାଇଁ ଦିନେ କିମ୍ବା ଦୁଇ ଦିନ ଭିତରେ ବାଲେଶ୍ୱର ଷ୍ଟେସନରେ ଇଭିଏମ୍ ପହଞ୍ଚିବ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here