ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ୱାଧୀନତା ଦିବସ ପରେଡ୍‌ରେ ଭାଗ ନେବେନି ଛାତ୍ରଛାତ୍ରୀ। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏନେଇ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଡକ୍ଟର ସନ୍ତୋଷ କୁମାର ବାଲା ସବୁ ଜିଲ୍ଲାପାଳ ଏବଂ ଆର୍‌ଡିସିଙ୍କୁ ଚିଠି ଦେଇଛନ୍ତି। ବୁଧବାର ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଛାତ୍ରଛାତ୍ରୀଙ୍କୁ ପରେଡ୍‌ରେ ଭାଗ ନନେବା ପାଇଁ ଚିଠିରେ ଦର୍ଶାଯାଇଛି।

ପରେଡ୍‌ରେ କେବଳ ପୋଲିସ ଏବଂ ପାରାମିଲିଟାରୀ ଫୋର୍ସ ଭାଗ ନେଇ ପାରିବେ ବୋଲି ସରକାର ଚିଠିରେ ଦର୍ଶାଇଛନ୍ତି। ସ୍ୱାଧୀନତା ଦିବସ ପାଳନ ବେଳେ ବର୍ଷା ଓ ବଜ୍ରପାତ ପ୍ରତି ସତର୍କ ରହିବାକୁ ଚିଠିରେ ଦର୍ଶାଯାଇଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ସାଂସ୍କୃତିକ ଓ ଶାରୀରିକ କୌଶଳ ପ୍ରଦର୍ଶନକୁ ମଧ୍ୟ ବାରଣ କରାଯାଇଛି। ପାଗ ଅନୁକୂଳ ରହିଲେ ଏହି କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଚିଠିରେ ଉଲ୍ଲେଖ ରହିଛି।

ଏହି କଟକଣା, ରାଜ୍ୟସ୍ତରୀୟ, ଜିଲ୍ଲାସ୍ତରୀୟ, ଉପଖଣ୍ଡସ୍ତରୀୟ ପରେଡ୍‌ ପାଇଁ ଜାରି କରାଯାଇଛି।

Comment