ଓଡ଼ିଶାଲାଇଭ୍ ବ୍ୟୁରୋ

- ଦିଲ୍ଲୀ ଏମ୍ସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି
- ବାଜପେୟୀଙ୍କ ସ୍ଵାସ୍ଥ୍ୟବସ୍ଥା ବୁଝିବାକୁ ଦିଲ୍ଲୀ ଏମ୍ସରେ ମୋଦି
- ଗତ ୧୨ ଘଣ୍ଟା ମଧ୍ୟରେ ଦ୍ଵିତୀୟଥର ଦିଲ୍ଲୀ ଏମ୍ସରେ ପହଞ୍ଚିଲେ ମୋଦି
- ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଏମ୍ସରେ ପହଞ୍ଚିଲେ
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଗୁରୁତର। ୯ ସପ୍ତାହ ହେଲା ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ୯୩ବର୍ଷୀୟ ବାଜପେୟୀଙ୍କ ସ୍ଵାସ୍ଥ୍ୟବସ୍ଥା ଗତ ଦୁଇଦିନ ହେଲା ତାଙ୍କ ଗୁରୁତର ରହିଛି। ଏଥିପାଇଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।
ବାଜପେୟୀଙ୍କ ସ୍ଵାସ୍ଥ୍ୟବସ୍ଥା ବୁଝିବାକୁ ଦିଲ୍ଲୀ ଏମ୍ସରେ ଭିଡ଼ ଜମିଛି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଏମ୍ସରେ ବାଜେପେୟୀଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ୧୨ ଘଣ୍ଟା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ଵିତୀୟଥର ପାଇଁ ବାଜପେୟୀଙ୍କୁ ଭେଟିଛନ୍ତି।
ବାଜପେୟୀଙ୍କୁ ଆରୋଗ୍ୟ କାମନା କରି ଦେଶର ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯିବା ସହ ଯଜ୍ଞ କରାଯାଉଛି।

















