ଓଡ଼ିଶାଲାଇଭ୍ ବ୍ୟୁରୋ

ଗତ କିଛିଦିନ କେରଳରେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଯାଇଛି ୯୪ ଜଣଙ୍କ ଜୀବନ। ଲକ୍ଷ ଲକ୍ଷ ଲୋକ ବାସହରା ହୋଇଛନ୍ତି।
କେରଳରେ ମୂଷଳଧାରାରେ ପ୍ରବଳ ବର୍ଷା ଜାରି ରହିଛି। ବିଭିନ୍ନ ନବଦୀରେ ବନ୍ୟା ଆସି ୯୪ ଜଣ ପ୍ରାଣ ହରାଇଲେଣି। ୧.୫ ଲକ୍ଷ ଲୋକ ରିଲିଫ୍ ଶିବିରରେ ଅଛନ୍ତି। ଅନେକ ଲୋକ ବାସହରା ହୋଇଛନ୍ତି। ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।
ବନ୍ୟାରେ ୧୪ ଜିଲାରୁ ୧୨ଟି ଜିଲା ପ୍ରଭାବିତ ହୋଇଛି। ରାଜ୍ୟରେ ୩୯ ନଦୀ ବନ୍ଧ ମଧ୍ୟରୁ ୩୫ଟି ବନ୍ଧରେ ଗେଟ୍ ଖୋଲି ଦିଆଯାଇଛି। ସରକାରଙ୍ଖ ପକ୍ଷରୁ ବିଭିନ୍ନ ସ୍ଥାନରେ ପାଖାପାଖି ୨୮୫୭ଟି ରିଲିଫ ଶିବିର ଖୋଲାଯାଇଛି। ୩,୩୯୩ ହେକ୍ଟର ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି। ଯାୟାତାଯାତ ସେବା ସମ୍ପୂର୍ଣ୍ଣ ବ୍ୟାହାତ ହୋଇଛି। କୋଚି ଏୟାର ପୋର୍ଟ ପାଣି ଘେରରେ ଥିବାରୁ ଅଗଷ୍ଟ ୨୬ ପର୍ଯ୍ୟନ୍ତ ଏହାକୁ ବନ୍ଦ କରିଦିଆଯାଇଛି।
ମୌସୁମୀ ଆସିବା ପରଠାରୁ ଏପର୍ଯ୍ୟନ୍ତ ରାଜ୍ୟରେ ୭୧ ଇଞ୍ଚର ବର୍ଷା ହୋଇଛି। କେରଳର ଅନେକ ଅଞ୍ଚଳରେ ସାଧାରଣ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଦକ୍ଷିଣ ରେଳବାଇର ଅନେକ ଟ୍ରେନ୍ ଏବଂ କୋଚି ମେଟ୍ରୋ ଟ୍ରେନ୍ ଚଳାଚଳକୁ ବାତିଲ କରିଦିଆଯାଇଛି। ତୁହାକୁତୁହା ବର୍ଷା ଲାଗି ରହିଥିବାରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।
ମାଡ୍ରାସ ରେଜିମେଣ୍ଟର ଗୋଟିଏ ୟୁନିଟ, ନୌସେନା, ବାୟୁସେନା, ଏନଡିଆରଏଫ ଯବାନ ଓ ସେନା ଯବାନ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।
ମୁନ୍ନାର ପାହାଡ଼ିଆ ଅଞ୍ଚଳକୁ ନ ଯିବା ପାଇଁ ପର୍ଯ୍ୟଟକଙ୍କୁ ସତର୍କ କରାଇ ଦିଆଯାଇଛି। ରାଜ୍ୟର ୱାୟାନାଡ଼, କୋଝିକୋଡ଼, କନ୍ନୁର, କାସାରାଗୋଡ଼, ମଲପୁରମ, ପଲକଜ, ଇଡୁକି ଏବଂ ଏର୍ଣ୍ଣାକୁଲମରେ ଗୁରୁବାର ପର୍ଯ୍ୟନ୍ତ ରେର୍ଡ ଆଲର୍ଟ ଜାରି କରାଯାଇଛି।

















