ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିରାଟ କୋହଲିଙ୍କ ଆଉ ଏକ ଶତକ ବଳରେ ଭାରତ ଟ୍ରେଣ୍ଟ୍‌ବ୍ରିଜ୍‌ ଟେଷ୍ଟରେ ଘରୋଇ ଇଂଲଣ୍ଡ ସମ୍ମୁଖରେ ୫୨୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ଜବାବରେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ବିନା ଓ୍ଵିକେଟ୍‌ରେ ୨୩ ରନ୍‌ କରିଛି।

ଘରୋଇ ଇଂଲଣ୍ଡଠାରୁ କ୍ରମାଗତ ୨ଟି ଟେଷ୍ଟମ୍ୟାଚ୍‍ ହାରିବା ପରେ ଭାରତ ଚଳିତ ୩ୟ ଟେଷ୍ଟମ୍ୟାଚ୍‍ରେ ବିଜୟ ସମ୍ଭାବନା ସୃଷ୍ଟି କରିପାରିଛି। ମ୍ୟାଚ୍‍କୁ ଭାରତ ନିଜ ନିୟନ୍ତଣକୁ ନେଇପାରିଛି।

ଆଗକୁ ଘରୋଇ ଇଂଲଣ୍ଡକୁ ମ୍ୟାଚ୍‍ ବଞ୍ଚାଇବା ପାଇଁ କେବଳ ଲଢ଼େଇ କରିବାକୁ ପଡ଼ିବ। ମ୍ୟାଚ୍‍ର କ୍ରମାଗତ ୩ୟ ଦିନରେ ଘରୋଇ ଦଳ ବିପକ୍ଷରେ ଭାରତ ପ୍ରାଧାନ୍ୟ ବିସ୍ତାର କରିଛି।

ପ୍ରଥମ ଇନିଂସରେ ୧୬୮ ରନ୍‍ ଆଗରେ ରହିଥିବା ଭାରତ ସୋମବାର ୩ୟ ଦିନରେ ମଜଭୁତ ବ୍ୟାଟିଂ ପ୍ରଦର୍ଶନ କରି ଇଂଲଣ୍ଡକୁ ମ୍ୟାଚ୍‍କୁ ଫେରିବାର ସୁଯୋଗ ଦେଇନାହିଁ। ୩ୟ ଦିନ ଶେଷଆଡ଼କୁ ୭ ୱିକେଟରେ ୩୫୨ ରନ୍‍ କରି ଭାରତ ୨ୟ ଇନିଂସ ସମାପ୍ତି ଘୋଷଣା କରିଛି। ଫଳରେ ଘରୋଇ ଇଂଲଣ୍ଡକୁ ୨ୟ ଇନିଂସରେ କଷ୍ଟସାଧ୍ୟ ୫୨୧ ରନ୍‍ର ବିଜୟଲକ୍ଷ୍ୟ ମିଳିଛି। ଅଧିନାୟକ ବିରାଟ କୋହଲି ଓ ଚେତେଶ୍ୱର ପୂଜାରା ଲଢ଼ୁଆ ବ୍ୟାଟିଂକରି ଭାରତକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି।

ବିରାଟ କୋହଲି ଜୀବନର ୨୩ତମ ଟେଷ୍ଟ ଶତକ ମାରିଥିବା ବେଳେ ପୂଜାରା ଅର୍ଦ୍ଧଶତକ ମାରିଛନ୍ତି। ୫୨୧ ରନ୍‍ର ପିଛାକରି ଇଂଲଣ୍ଡ ୩ୟ ଦିନର ଶେଷସୁଦ୍ଧା ୨ୟ ଇନିଂସରେ କୌଣସି ୱିକେଟ ନ ହରାଇ ୨୩ ରନ୍‍ କରିଛି।

ଆଲଷ୍ଟାୟାର କୁକ୍‍ ୯ ଓ କିଟନ୍‍ ଜେନିଙ୍ଗ୍‍ସ ୧୩ ରନ୍‍କରି କ୍ରିଜ୍‍ରେ ଅଛନ୍ତି। ଭାରତ ନିକଟରେ ସିରିଜ୍‍କୁ ଫେରିବାର ଚମତ୍କାର ସୁଯୋଗ ରହିଛି।
ପ୍ରଥମ ଇନିଂସରେ ୧୬୮ ରନ୍‍ ଆଗରେ ଥିବା ଭାରତ ୨ୟ ଦିନ ଶେଷରେ ୨ୟ ଇନିଂସରେ ୨ ୱିକେଟ ହରାଇ ୧୨୪ ରନ୍‍ କରିଥିଲା। ୩ୟ ଦିନରେ ୩ୟ ୱିକେଟ ପାଇଁ ବିରାଟ କୋହଲି ଓ ଚେତେଶ୍ୱର ପୂଜାରା ୧୧୩ ରନ୍‍ ଯୋଗ କରିଥିଲେ।

ପୂଜାରା ୯ଟି ଚୌକା ସହ ୭୨ ରନ୍‍କରି ୩ୟ ଦିନରେ ପ୍ରଥମ ବ୍ୟାଟ୍‍ସମ୍ୟାନ ଭାବେ ଆଉଟ ହୋଇ ଯାଇଥିଲେ। ପରେ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ସ୍କୋର୍‍କୁ ଆଗେଇ ନେଇଥିଲେ। ଦୁହେଁ ୪ର୍ଥ ୱିକେଟ ପାଇଁ ୫୭ ରନ୍‍ ଯୋଡ଼ିଥିଲେ। ଏହି ଇନିଂସରେ କୋହଲି ଚଳିତ ସିରିଜ୍‍ରେ ୨ୟ ଏବଂ ଜୀବନର ୨୩ତମ ଟେଷ୍ଟ ଶତକ ହାସଲ କରିଥିଲେ।

କୋହଲି ୧୦ଟି ଚୌକା ସହ ୧୦୩ ରନ୍‍କରି ଆଉଟ ହୋଇଥିଲେ। ପରେ ଋଷଭ ପନ୍ତ୍‍ ୧ ରନ୍‍କରି ବିଦାୟ ନେଇଥିଲେ। ଏହାପରେ ଅଜିଙ୍କ୍ୟ ରାହାଣେ ଓ ହାର୍ଦିକ ପାଣ୍ଡ୍ୟା ୬ଷ୍ଠ ୱିକେଟ ପାଇଁ ୪୭ ରନ୍‍ ଯୋଡ଼ିଥିଲେ।

ରାହାଣେ ୩ଟି ଚୌକା ସହ ୨୯ ରନ୍‍ କରିଥିଲେ। ପରେ ମହମ୍ମଦ ସାମି ୩ ରନ୍‍କରି ବିଦାୟ ନେଇଥିଲେ। ଇନିଂସ ସମାପ୍ତି ଘୋଷଣା ବେଳକୁ ହାର୍ଦିକ ପାଣ୍ଡ୍ୟା ୫୨ ବଲ୍‍ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୫୨ ରନ୍‍କରି ଅପରାଜିତ ରହିଛନ୍ତି। ଆଦିଲ ରସିଦ୍‍ ୩ଟି ଓ ବେନ୍‍ ଷ୍ଟୋକ୍‍ସ ୨ଟି ୱିକେଟ ନେଇଛନ୍ତି।

ହାର୍ଦିକ ପାଣ୍ଡ୍ୟା ୫୨ ବଲ୍‍ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୫୨ ରନ୍‍କରି ଅପରାଜିତ ରହିଛନ୍ତି। ଆଦିଲ ରସିଦ୍‍ ୩ଟି ଓ ବେନ୍‍ ଷ୍ଟୋକ୍‍ସ ୨ଟି ୱିକେଟ ନେଇଛନ୍ତି।

Comment