ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ସରକାର ସେମାନଙ୍କୁ ସତ୍ୟପାଠ ଦାଖଲ କରିବାକୁ ଦେଇଥିଲେ ନିର୍ଦ୍ଦେଶ। ହେଲେ ଏହାକୁ ହାଇକୋର୍ଟ ରବ୍ଦ କରିଛନ୍ତି। ବିଚାରପତି ଏ କେ ରଥ ମାମଲାର ବିଚାର କରି ସରକାରଙ୍କ ବିଜ୍ଞପ୍ତିକୁ ରବ୍ଦ କରିଛନ୍ତି।
୨୦୧୭ ମସିହାରୁ ବିଭିନ୍ନ ସ୍କୁଲ, କଲେଜର ଶିକ୍ଷକ ଓ ଅଧ୍ୟାପକଙ୍କୁ ନିୟମିତ କରିବା ପାଇଁ ରାଜ୍ୟ ସରକାର ସେମାନଙ୍କଠାରୁ ସତ୍ୟପାଠ ଆହ୍ୱାନ କରିଥିଲେ।
ଏହାକୁ ଶିକ୍ଷକ ଓ ଅଧ୍ୟାପକମାନେ ବିରୋଧ କରୁଥିଲେ। ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଦର୍ଶାଇ କୋର୍ଟରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ବିଚାର କରି କୋର୍ଟ ସରକାରଙ୍କ ବିଜ୍ଞପ୍ତିକୁ ରବ୍ଦ କରିଛନ୍ତି।
ବ୍ଲକ ଗ୍ରାଣ୍ଟ ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ଦାବିରେ ଭୁବନେଶ୍ୱର ପିଏମ୍ଜିରେ ଶିକ୍ଷକ, ଅଧ୍ୟାପକଙ୍କ ଆନ୍ଦୋଳନ ସପ୍ତମ ଦିନରେ ପହଞ୍ଚିଛି। ଶିକ୍ଷକମାନଙ୍କ ସମସ୍ୟା ସମାଧାନ ପାଇଁ ଗତକାଲି ସଚିବାଳୟରେ ମନ୍ତ୍ରୀ ସ୍ତରୀୟ ବୈଠକ ବସିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନଥିଲା।
୨୪ ତାରିଖ ଭିତରେ ସରକାର ଶିକ୍ଷକ, ଅଧ୍ୟାପକଙ୍କ ଦାବି ପୂରଣ ନକଲେ ୨୫ରୁ ଆନ୍ଦୋଳନ ଜୋରଦାର କରିବାକୁ ସଂଘ ଚେତାବନୀ ଦେଇଛି।















