ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିପରିଷଦ ବୈଠକ
  • ମୌସୁମୀ ଅଧିବେଶନରେ ଆଗତ ହେବ ଅତିରିକ୍ତ ବଜେଟ
  • ସେପ୍ଟେମ୍ବର ୪ରେ ହେବ ଆଗତ
  • ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଏବଂ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ଅର୍ଥ ବ୍ୟୟବରାଦ

୨୦୧୮-୧୯ ଆର୍ଥିକ ବର୍ଷର ଅତିରିକ୍ତ ବଜେଟକୁ ଆଜି ରାଜ୍ୟ ମନ୍ତ୍ରିପରିଷଦ ବୈଠକରେ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୨ ହଜାର ୭୬୮ କୋଟିର ଅତିରିକ୍ତ ବଜେଟକୁ ମନ୍ତ୍ରିପରିଷଦ ବୈଠକରେ ଅନୁମୋଦନ ମିଳିଛି। ଆସନ୍ତା ୪ ତାରିଖରେ ବିଧାନସଭାରେ ଏହି ଅତିରିକ୍ତ ବଜେଟ୍ ଉପସ୍ଥାପିତ ହେବ।

ମନ୍ତ୍ରିପରିଷଦ ବୈଠକରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ଏବଂ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ଅର୍ଥ ବରାଦ କରାଯାଇଛି। ସେହିପରି କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ପାଇଁ ମଧ୍ୟ ଅର୍ଥ ବ୍ୟୟବରାଦ ହୋଇଯାଇଛି।

ବୈଠକ ଶେଷ ହେବା ପରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, “ଚଳିତ ବଜେଟରେ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ବ୍ୟୟବରାଦ ହୋଇଥିଲା। ହେଲେ କିଛି ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହି ଯାଇଛି। ଅସମ୍ପୂର୍ଣ୍ଣ ରହିଥିବା ପ୍ରକଳ୍ପ କାମ ଶେଷ କରିବା ପାଇଁ ଅତିରିକ୍ତ ବଜେଟକୁ ଅନୁମୋଦନ ମିଳିଛି। ବିଧାନସଭାର ମୌସୁମୀ ଅଧିବେଶନରେ ଏହି ବଜେଟ୍ ଉପସ୍ଥାପନ କରାଯିବ।”

ଗତ ବଜେଟରେ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କାର ବଜେଟ୍ ଆଗତ କରିଥିଲେ ରାଜ୍ୟ ସରକାର। କୃଷି ପାଇଁ ୧୬ ହଜାର ୭୬୫ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରାଯାଇଥିଲା।

Comment