ଓଡ଼ିଶାଲାଇଭ୍ ବ୍ୟୁରୋ
ଏସିଆନ୍ ଗେମ୍ସର ଜାଭଲିନ୍ ଥ୍ରୋ ବିଭାଗରେ ଭାରତ ପାଇଁ ଅଷ୍ଟମ ସ୍ଵର୍ଣ୍ଣ ପଦକ ଜିଣିଛନ୍ତି ନୀରଜ ଚୋପ୍ରା।
ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଚାଲିଥିବା ୧୮ତମ ଏସିଆନ୍ ଗେମ୍ସର ୯ମ ଦିନରେ ଭାରତକୁ ଆଉ ଏକ ସ୍ଵର୍ଣ୍ଣ ପଦକ ମିଳିଛି। ପଦକ ଜିତିଛନ୍ତି ୨୦ ବର୍ଷୀୟ ନୀରଜ ଚୋପ୍ରା।
ଜାଭଲିନ୍ ଥ୍ରୋରେ ଭାରତ ପାଇଁ ଅଷ୍ଟମ ସ୍ଵର୍ଣ୍ଣ ପଦକ ଜିଣିଛନ୍ତି ନୀରଜ। ପ୍ରଥମଥର ପାଇଁ ଏସିଆନ ଗେମ୍ସର ଜାଭଲିନ୍ ଥ୍ରୋ ବିଭାଗରେ ଭାରତ ସ୍ଵର୍ଣ୍ଣ ପଦକ ଜିତିଛି।
ହରିୟାଣାର ଏହି ଯୁବ ଖେଳାଳି ଏସିଆନ୍ ଗେମ୍ସର ଉଦ୍ଘାଟନୀ ସମାରୋହରେ ଭାରତର ପତାକାଧାରଣ କରିଥିଲେ।
ଜାଭଲିନ୍ ଥ୍ରୋର ଫାଇନାଲରେ ନୀରଜ ଚୀନ ପ୍ରତିଯୋଗୀଙ୍କୁ ପରାସ୍ତ କରିଥିଲେ। ନୀରଜ ୮୮.୦୬ ମିଟର ଜାଭଲିନ୍ ଥ୍ରୋ କରିଥିବାବେଳେ ଚୀନର ଲିଓ କିଜେନ ୮୨.୨୨ ମିଟର ପର୍ଯ୍ୟନ୍ତ ଥ୍ରୋ କରିବାରେ ସକ୍ଷମ ହୋଇଥିଲେ।

୮ଟି ସ୍ଵର୍ଣ୍ଣ, ୧୩ଟି ରୌପ୍ୟ, ୨୦ଟି ବ୍ରୋଞ୍ଚ ପଦକ ସହ ଭାରତର ମୋଟ ପଦକ ସଂଖ୍ୟା ୪୧ରେ ପହଞ୍ଚିଛି। ପଦକ ତାଲିକାରେ ଭାରତ ନବମ ସ୍ଥାନରେ ରହିଛି।



















