ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବରୁଣ ଧୱନଙ୍କ ଅପକମିଂ ମୁଭିସୁଇଧାଗା କିଛି ରୋଚକ  ମଜାଦାର କଥା ଆସନ୍ତୁ ଜାଣିବା

ଆଗାମୀ ସେପ୍ଟେମ୍ବର ୨୮ରେ ମୁକ୍ତିଲାଭ କରୁଛନ୍ତି ନୂଆ ହିନ୍ଦୀ ସିନେମା ‘ସୁଇଧାଗା’। ଏହି ସିନେମାରେ ବରୁଣ ଧୱନ, ଅନୁଷ୍କା ଶର୍ମା, ରଘୁବୀର ଯାଦବ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଶରତ ଖଟରିୟା ଏହାର ନିର୍ଦ୍ଦେଶକ।

ବରୁଣ ନୁହନ୍ତି, ରଣବୀର ଥିଲେ ପ୍ରଥମ ପସନ୍ଦ

ୟଶରାଜ ଫିଲ୍ମସ ବ୍ୟାନରରେ ନିର୍ମିତ ‘ସୁଇଧାଗା’ରେ ନାୟକ ଭୂମିକାରେ ଅଛନ୍ତି ବରୁଣ ଧୱନ। ହେଲେ ଆପଣ ଜାଣନ୍ତି କି, ଏହି ଭୂମିକା ଲାଗି ଉଭୟ ନିର୍ମାତା ଓ ନିର୍ଦ୍ଦେଶକଙ୍କର ପ୍ରଥମ ପସନ୍ଦ ଥିଲେ ରଣବୀର କପୁର।

ସେମାନେ ଚାହୁଁଥିଲେ ରଣବୀର କପୁର ଓ ଅନୁଷ୍କା ଶର୍ମାଙ୍କୁ ନେଇ ଫିଲ୍ମଟି ତିଆରି କରିବେ। ଏଥିପାଇଁ ରଣବୀର କପୁରଙ୍କୁ ପ୍ରଥମେ ଅଫର୍ ବି ଦିଆଯାଇଥିଲା। ହେଲେ ସେ ରାଜି ହୋଇନଥିଲେ, ତା’ପରେ ବରୁଣ ଧୱନଙ୍କ ପାଖକୁ ଅଫରଟି ଯାଇଥିଲା। ସେ କାହାଣୀ ଶୁଣିବା ପରେ ଚୁକ୍ତିବଦ୍ଧ ହୋଇଥିଲେ।

‘ସୁଇଧାଗା’ ସିନେମାରେ ବଲିଉଡର ହାର୍ଟଥ୍ରୋବ୍ ବରୁଣ ଧୱନଙ୍କୁ ଦର୍ଶକ ପ୍ରଥମ ଥର ଲାଗି ଜଣେ ଟେଲର ଭୂମିକାରେ ଦେଖିବାକୁ ପାଇବେ। ଫିଲ୍ମର ସୁଟିଂ ବେଳେ ଚର୍ଚ୍ଚା ହୋଇଥିଲା କି ଏଥିରେ ବରୁଣ ଜଣେ ମଜୁରିଆ ଭୂମିକା ନିଭାଉଛନ୍ତି। କିନ୍ତୁ ତାହା ଠିକ୍ ନୁହେଁ ବୋଲି ପରେ ଜଣାଯାଇଥିଲା।

ଏହି ସିନେମାରେ ଅଭିନେତା ବରୁଣ ଧୱନଙ୍କ ଅଭିନୀତ ଚରିତ୍ରର ନାଁ ରହିଛି ‘ମୌଜି’। ମୌଜି ଜଣେ ଟେଲର୍। ଏହି ସିନେମାରେ ଅନୁଷ୍କାଙ୍କ ଅଭିନୀତ ଚରିତ୍ରର ନାଁ ହେଲା ‘ମମତା’। ତାଙ୍କୁ ଜଣେ ଏମ୍ବ୍ରୋଡରି କାମ କରୁଥିବା ମହିଳା ଭୂମିକାରେ ଦେଖିବାକୁ ମିଳିବ। ବରୁଣ ନିଜର ଚରିତ୍ର ସମ୍ପର୍କରେ କହିଛନ୍ତି ଯେ ‘ସୁଇଧାଗା’ରେ ସେ ଉଭୟ ପିଅନ ଓ ଟେଲର ବନିଛନ୍ତି। ଏହା ଏକ କମିକ ଚରିତ୍ର। ଏହି ଚଳଚ୍ଚିତ୍ର ପାଇଁ ବରୁଣ ଓ ଅନୁଷ୍କା ଉଭୟଙ୍କୁ ଟେଲରିଂ ଶିଖିବାକୁ ପଡ଼ିଛି।

‘ମେକ୍ ଇନ୍ ଇଣ୍ଡିଆ’ ଉପରେ ଆଧାରିତ ‘ସୁଇଧାଗା’

୨୦୧୪ରେ ମୋଦି ସରକାର ‘ମେକ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ହାତକୁ ନେଇଥିଲେ। ଏହି ଯୋଜନା ଉପରେ ଆଧାରିତ ହୋଇଛି ‘ସୁଇଧାଗା’ ଚଳଚ୍ଚିତ୍ର। ଭାରତରେ ଟେକ୍ସଟାଇଲ୍ ଶିଳ୍ପର ଅଭିବୃଦ୍ଧି ଲାଗି ଯେଉଁ ଯୋଜନା ହେଉଛି, ତାହା ରହିଛି ‘ସୁଇଧାଗା’ର ବିଭିନ୍ନ ଦୃଶ୍ୟରେ। ଏଥିପାଇଁ ଏଥିରେ ପାରମ୍ପରିକ ଚନ୍ଦେରି ଶାଢ଼ି ଓ ବୁଣାକାରଙ୍କ କଥାକୁ ସ୍ଥାନ ଦିଆଯାଇଛି। ଖାଲି ସେତିକି ନୁହେଁ, ମଧ୍ୟପ୍ରଦେଶର ଚନ୍ଦେରି ସହରରେ ବି ଏହି ସିନେମାରେ ସୁଟିଂ ଗତ ଫେବ୍ରୁଆରି ମାସରେ ଆରମ୍ଭ ହୋଇଥିଲା।

ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ୧୪୮ତମ ଜୟନ୍ତୀ ଅବସରରେ ‘ସୁଇଧାଗା’ ନିର୍ମାଣ କରାଯିବାର ନିଷ୍ପତ୍ତି ନିଆଯାଇଥିଲା। ଏହାର କାହାଣୀରେ ମୋଦି ଓ ମମତାଙ୍କ ଜୀବନର କଥା ରହିଛି।

ବରୁଣ ଧୱନଙ୍କ ପାଇଁ ସେପ୍ଟେମ୍ବର ମାସଟି ଲକି ହୋଇଥିବା ହେତୁ ‘ସୁଇଧାଗା’ ସୁପରହିଟ୍  ହେବାର ସମ୍ଭାବନା ଅଧିକ। ଗତ ବର୍ଷ ସେପ୍ଟେମ୍ବର ୨୯ ତାରିଖରେ ବରୁଣଙ୍କ ବ୍ଲକବଷ୍ଟର ଫିଲ୍ମ ‘ଜୁଡୱା-୨’ ରିଲିଜ୍ ହୋଇଥିଲା। ଠିକ୍ ବର୍ଷକ ପରେ ସେପ୍ଟେମ୍ବର ୨୮ରେ ‘ସୁଇଧାଗା’ ମୁକ୍ତିଲାଭ କରୁଥିବା ହେତୁ ବରୁଣ ଧୱନ ଆଶ୍ୱସ୍ତ ଅଛନ୍ତି।

ଦଶ ଘଣ୍ଟା ଧରି ସାଇକେଲରେ ବରୁଣଅନୁଷ୍କା

‘ସୁଇଧାଗା’ ଲାଗି କିଛି କମ୍ ପରିଶ୍ରମ କରିନାହାନ୍ତି ବରୁଣ ଧୱନ ଓ ଅନୁଷ୍କା ଶର୍ମା। ବରୁଣ ଧୱନ ଅନୁଷ୍କାଙ୍କୁ ସାଇକେଲରେ ବସାଇ ଲଗାତାର ୧୦ ଘଣ୍ଟା ଚନ୍ଦେରିର ଗଳିକନ୍ଦିରେ ସାଇକେଲ ଚଳାଇଥିଲେ। ଏହା ମଧ୍ୟ ଫିଲ୍ମର ଏକ ରୋଚକ କଥା।

Comment