ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରାଇଭେଟ୍‌ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ। ଭୁବନେଶ୍ୱର ଆଚାର୍ଯ୍ୟ ବିହାରରେ ଥିବା ଏହି କୋଚିଂ ସେଣ୍ଟରର ଦ୍ୱିତୀୟ ମହଲାରେ ନିଆଁ ଲାଗି ପୂରା ଛାର୍‌ଖାର୍‌ ହୋଇଯାଇଛି। ମଙ୍ଗଳବାର ଦିନ ସକାଳେ ଏହି ଅଘଟଣ ଘଟିଛି।

କୋଚିଂ ସେଣ୍ଟରରୁ ଧୂଆଁ ବାହାରୁଥିବା ନେଇ ଦେଖିବା ପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା।  ପରେ ଘଟଣାସ୍ଥଳରେ ଦମକଳ ବାହିନୀର ୨ଟି ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥିଲା। ଅଗ୍ନିକାଣ୍ଡରେ କମ୍ପ୍ୟୁଟର, ବହି ପୋଡ଼ି ପାଉଁଶ ହୋଇଯାଇଛି।  କ୍ଲାସ୍‌ ଆରମ୍ଭ ହୋଇନଥିବାରୁ ଏଥିରୁ ଛାତ୍ରଛାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

LEAVE A REPLY

Please enter your comment!
Please enter your name here