ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି କମାଲ କଲେ ଓଡ଼ିଆ ଝିଅ ଦୂତି ଚାନ୍ଦ୍। ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଚାଲିଥିବା ୧୮ ତମ ଏସିଆନ ଗେମ୍ସରେ ଦ୍ଵିତୀୟ ରୌପ୍ୟ ପଦକ ଜିତିଛନ୍ତି ଦୂତି।

୧୦୦ ମିଟର ଦୌଡରେ ରବିବାରଦିନ ରୌପ୍ୟ ଜିତିଥିବା ଦୂତି ବୁଧବାରଦିନ ୨୦୦ ମିଟର ବି ରୌପ୍ୟ ପଦକ ଜିତିବାରେ ସକ୍ଷମ ହୋଇଛି।

ବୁଧବାର ଦିନ ୨୩.୩ ସେକେଣ୍ଡରେ ୨୦୦ ମିଟର ଦୌଡ଼ ପୂରା କରିଥିଲେ ଦୂତି।

ଏସିଆନ ଗେମ୍ସରେ ପ୍ରଥମ ପଦାର୍ପଣରେ ଦୂତି ଦୁଇଟି ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି ଦୂତି।

LEAVE A REPLY

Please enter your comment!
Please enter your name here