ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇନଜୀବୀଙ୍କୁ ମାଡ଼ ମରାଯିବା ଘଟଣାରେ ୩ ଜଣ ପୋଲିସ କର୍ମଚାରୀ ନିଲମ୍ବିତ।

ଓକିଲଙ୍କୁ ମାଡ଼ ମରାଯିବା ଘଟଣାରେ ୩ ଜଣ ପୋଲିସ କର୍ମଚାରୀ ନିଲମ୍ବିତ। ସେମାନଙ୍କ ମଧ୍ୟରେ ୨ଜଣ କନେଷ୍ଟବଳ ଏବଂ ଜଣେ ହାବିଲଦାର ରହିଥିବା କଟକ ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି। ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ କର୍ମଚାରୀମାନଙ୍କୁ ସସ୍‌ପେଣ୍ଡ କରାଯାଇଥିବା ସେ କହିଛନ୍ତି।

ଆଇନଜୀବୀଙ୍କୁ ମାଡ଼ ମରାଯିବା ଘଟଣାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଓକିଲମାନେ ନିନ୍ଦା କରିବା ସହ କୋର୍ଟ ବର୍ଜନ କରୁଥିବା ଦେଖିବାକୁ ମିଳିଛି।

ମଙ୍ଗଳବାର ରାତିରେ କଟକ ଚାଉଳିଆଗଞ୍ଜ ଓଭରବ୍ରିଜ ନିକଟରେ ଏକ ଦୁର୍ଘଟଣାକୁ ନେଇ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସହ ପୋଲିସର କଥା କଟାକଟି ହୋଇଥିଲା। ପରେ ଏହା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ମାତ୍ର ଚାଉଳିଆଗଞ୍ଜ ଥାନା ପୋଲିସ ଦେବୀପ୍ରସାଦଙ୍କୁ ମାଡ଼ ମାରିଥିବା ଅଭିଯୋଗ କରି ବହୁ ସଂଖ୍ୟାରେ ଆଇନଜୀବୀ ଥାନା ଘେରାଉ କରିଥିଲେ। ବୁଧବାର ଏହା ଉଗ୍ରରୂପ ନେଇଥିଲା।

ଆଇନଜୀବୀମାନେ କୋର୍ଟ ବର୍ଜନ କରିବା ସହ କେନ୍ଦ୍ରାଞ୍ଚଳ ଆର୍‌ଡିସି ଅଫିସ ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ କରିଥିଲେ।

Comment