ଓଡ଼ିଶାଲାଇଭ୍ ବ୍ୟୁରୋ

ଆଦର୍ଶ ବୋହୂ ହେବାକୁ ଚାହୁଁଛନ୍ତି କି? ଆଇଆଇଟି ବିଏଚୟୁରେ ନିଅନ୍ତୁ ତାଲିମ୍।

ଆମେ ଆଗରୁ ଡାକ୍ତର, ଇଞ୍ଜିନିୟର, ଓକିଲାତି ହେବାର କୋର୍ସ ବିଷୟରେ ଜାଣିଥିଲେ। ହେଲେ କ’ଣ ଆପଣ କେବେ ‘ଆଦର୍ଶ ବୋହୂ’ ହେବାର କୋର୍ସ ବିଷୟରେ ଶୁଣିଛନ୍ତି! ହେଲେ ନିକଟରେ ଆଇଆଇଟି ବିଏଚୟୁର ଷ୍ଟାର୍ଟ ଅପ୍ ୟଙ୍ଗ୍ ସ୍କିଲ୍ଡ ଇଣ୍ଡିଆ ଜଣେ ଆଦର୍ଶ ବୋହୂ ହେବାର କୋର୍ସ ଆରମ୍ଭ କରିଛି। ଏହି ଷ୍ଟାର୍ଟ ଅପକୁ ସେଠାକାର  କେତେକ ଛାତ୍ର  ମିଶି ଆରମ୍ଭ କରିଥିଲେ।

ଏହି କୋର୍ସ ମାଧ୍ୟମରେ ଯୁବତୀଙ୍କୁ ଆଦର୍ଶ ବୋହୂ କିପରି ହୋଇପାରିବେ ସେ ବିଷୟରେ ପୂରା ତାଲିମ୍ ଦିଆଯିବ। ଏହି କୋର୍ସର ଅବଧି ୩ମାସ। ୟଙ୍ଗ୍ ସ୍କିଲ୍ଡ ଇଣ୍ଡିଆର ସିଇଓ ନୀରଜ ଶ୍ରୀବାସ୍ତବଙ୍କ କହିବାନୁସାରେ, ସମାଜର ବଢ଼ୁଥିବା ସମସ୍ୟାକୁ ଆଖି ଆଗରେ ରଖି ଏହି କୋର୍ସକୁ ଆରମ୍ଭ କରାଯାଇଛି।

ଏହାବ୍ୟତୀତ ଏକ ପ୍ରାଇଭେଟ୍ ଇନଷ୍ଟିଚ୍ୟୁଟ୍ ସହ ମିଶି ଏହି କୋର୍ସକୁ ଆରମ୍ଭ କରାଯାଇଛି। ଏହି କୋର୍ସର ନାମ ହେଉଛି “ଡଟର୍ସ ପ୍ରାଇଡ୍: ବେଟି ମେରା ଅଭିମାନ ହୈ।‘ ୩ମାସ ଅବଧି ମଧ୍ୟରେ ସେମାନଙ୍କୁ ବୈବାହିକ ଜୀବନକୁ କିପରି ଠିକ୍ ରଖାଯାଇପାରିବ ସେ ବିଷୟରେ ତାଲିମ୍ ଦିଆଯିବ।

ଏହାଛଡ଼ା ଏହି କୋର୍ସ ମାଧ୍ୟମରେ ଯୁବତୀଙ୍କୁ ଆତ୍ମାବିଶ୍ୱାସ ବଢ଼ାଇବା, କମ୍ୟୁଟର ଶିକ୍ଷା ଏବଂ ଫ୍ୟାଶନ୍ ଡିଜାଇନ ବିଷୟରେ ମଧ୍ୟ ତାଲିମ୍ ଦିଆଯିବ। ତେବେ ଦେଖିବାକୁ ବାକି ରହିଲା ଏହି କୋର୍ସ ମାଧ୍ୟମରେ କେତେ ଆଦର୍ଶ ବୋହୂ ବାହାରୁଛନ୍ତି।

Comment