ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣଙ୍କ ଆଗରୁ ଅନେକ ରେକର୍ଡ଼ ବିଷୟରେ ଶୁଣିଥିବେ। ହେଲେ କେବେ କ’ଣ ଚୁମ୍ବନ କରି ୱାର୍ଲ୍ଡ ରେକର୍ଡ଼ ବିଷୟରେ ଶୁଣିଛନ୍ତି କି? ତେବେ ଆସନ୍ତୁ ଜାଣିବା ସେ ବିଷୟରେ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଜଣେ ଦମ୍ପତ୍ତି ଚୁମ୍ବନ କରି ବିଶ୍ୱ ରେକର୍ଡ଼ରେ ନିଜ ନାମକୁ ଲିପିବଦ୍ଧ କରାଇଛନ୍ତି। ରେକର୍ଡ଼ ଅନୁସାରେ, ଉକ୍ତ ଦମ୍ପତି ପରସ୍ପରକୁ ଲଗାତାର ୫୮ଘଣ୍ଟା ପର୍ଯ୍ୟନ୍ତ ଚୁମ୍ବନ କରିଥିଲେ। ଆଜ୍ଞା ହଁ, ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡ ମୁତାବିକ ଥାଇଲ୍ୟାଣ୍ଡର ଜଣେ ଦମ୍ପତ୍ତି ଏପରି କିଛି ଅଦ୍ଭୁତ କାରନାମା କରି ରେକର୍ଡ ସୃଷ୍ଟି କରିଛନ୍ତି।

ଏକାଚଇ ଏବଂ ଲକସାନା ନାମକ ଦମ୍ପତ୍ତି ଦୀର୍ଘ ୫୮ଘଣ୍ଟା ୩୫ମିନିଟ୍‌ ଏବଂ ୫୮ସେକେଣ୍ଡ ପର୍ଯ୍ୟନ୍ତ ପରସ୍ପରକୁ ଚୁମ୍ବନ କରିଥିଲେ। ଏହା ହେଉଛି ଦୁନିଆର ସବୁଠୁ ଦୀର୍ଘତମ କିସ୍‌।

ଏହାପୂର୍ବରୁ ଏପରି ଚୁମ୍ବନ ଅନେକ ଦମ୍ପତ୍ତି କରି ରେକର୍ଡ ସୃଷ୍ଟି କରିଥିଲେ, କିନ୍ତୁ ସେ ସମସ୍ତ ରେକର୍ଡକୁ ଏବେ ଭାଙ୍ଗିଛନ୍ତି ଏହି ଦମ୍ପତ୍ତି। ରେକର୍ଡରେ ସେମାନଙ୍କ ନାମକୁ ସ୍ଥାନିତ କରିବା ସହିତ ସେମାନଙ୍କୁ ପୁରସ୍କାର ସ୍ୱରୂପ ୨ଲକ୍ଷ ଟଙ୍କା ଏବଂ ଦୁଇଟି ହୀରାର ମୁଦି ଦିଆଯାଇଛି। ତେବେ କିସ୍‌ କରିବା ସମୟରେ ଏମାନଙ୍କୁ ବସିବା, ଶୋଇବା କିମ୍ବା ଆରାମ୍‌ କରିବାର ଅନୁମତି ଦିଆଯାଇନଥିଲା।

Comment