ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଲକାତାରେ ଭୁଶୁଡ଼ି ପଡ଼ିଛି ଓଭରବ୍ରିଜ୍। ଦକ୍ଷିଣ କୋଲକାତାର ମାଜେରହାଟସ୍ଥିତ ଫ୍ଲାଏ ଓଭରବ୍ରିଜର ଗୋଟିଏ ପିଲାର ଭାଙ୍ଗି ଯିବାରୁ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଓଭରବ୍ରିଜ ଭୁଶୁଡ଼ି ଯିବାରୁ ଜଣେ ପ୍ରାଣ ହରାଇଥିବା ଜଣାପଡ଼ିଛି। ବହୁ ଲୋକ ଆହତ ହୋଇଛନ୍ତି। ହେଲେ ଆହତଙ୍କ ସମ୍ପର୍କରେ ସଠିକ୍ ତଥ୍ୟ ଜଣାପଡ଼ି ନାହିଁ।

ପ୍ରତ୍ୟକ୍ଷଦର୍ଶିଙ୍କ କହିବା ଅନୁଯାୟୀ, ଓଭରବ୍ରିଜ୍ ଭୁଶୁଡ଼ିବା ଫଳରେ କିଛି ଗାଡ଼ି ଓ ସାଇକେଲ ଭାଙ୍ଗିରୁଜି ଯାଇଛି। ଉଦ୍ଧାରକାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଲୋକଙ୍କ  ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ୩ଟି ଏନ୍‌ଡିଆର୍‌ଏଫ୍ ଟିମ୍ ଏବଂ ସେନା ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

୨୦୧୬ ଏପ୍ରିଲରେ କୋଲକାତାରେ ନିର୍ମାଣାଧୀନ ପୋଲ ଭୁଶୁଡ଼ିଥିଲା। ଏଥିରେ ୨୫ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ୧୦୦ ଲୋକ ଆହତ ହୋଇଥିଲେ।

Comment