ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାରଠାରୁ ବନ୍ଦ ରହିବ କୁଆଖାଇ ପୋଲ। ଭୁବନେଶ୍ୱର ଓ କଟକକୁ ସଂଯୋଗ କରୁଥିବା ବାମ ପାଶ୍ୱର୍ର ପୁରୁଣା କୁଆଖାଇ ପୋଲରେ ଦୁଇ ମାସ ଧରି ଯାତାୟତ ବନ୍ଦ ରହିବ। ପୋଲର ମରାମତି ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ଟୁଇଟ ଯୋଗେ କମିସନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି।

ପୁରୁଣା ପୋଲର ମରାମତି ପାଇଁ ଅନେକ ଦିନରୁ ଦାବି ହୋଇଆସୁଥିଲେ ହେଁ, ଏବେ ଏହି ପୋଲର ମରାମତି ପାଇଁ ନିଷ୍ପତ୍ତି ନିଆଯାଇଛି। ପାଖାପାଖି ୬୦ ଦିନ ସମୟ ଲାଗିବ ବୋଲି କମିସନରେଟ ପୋଲିସ ଚିଠିରେ ଦର୍ଶାଇଛି। ଏହି ସମୟରେ ଯାତ୍ରୀମାନଙ୍କ ସହଯୋଗ ନିହାତି ଆବଶ୍ୟକ। ଟ୍ରାଫିକ ପୋଲିସ ସଚେତନ ରହିବେ, ଯେଭଳି ଏହି ରାସ୍ତା ଦେଇ କେହି ଯାତାୟତ ନକରନ୍ତି। ଭୁବନେଶ୍ୱର ଦିଗରୁ କଟକ ଯାଉଥିବା ସମସ୍ତ ଯାନବାହନକୁ ମଝି ପୋଲି ଦେଇ ଯିବା ପାଇଁ ଚିଠିରେ ସ୍ପଷ୍ଟ କରିଛି କମିସନରେଟ ପୋଲିସ । ଏହି ପୋଲର ମରାମତି କାମ ଫେବ୍ରୁଆରି ୨ ରୁ ମେ ୨ ପର୍ଯ୍ୟନ୍ତ ଚାଲିବ।

Comment