ଓଡ଼ିଶାଲାଇଭ୍ ବ୍ୟୁରୋ

ବାଜ୍ୟାପ୍ତ ହେବ ଅର୍ଥତତ୍ତ୍ୱର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି। ସମ୍ପତ୍ତି ବାଜ୍ୟାପ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ଵତନ୍ତ୍ର ଓପିଆଇଡି କୋର୍ଟ। ୨ କୋଟି ୧୭ ଲକ୍ଷ ୨୦ ହଜାର ଟଙ୍କା, ୧୧୦ ଏକର ଜମି ଏବଂ ୧୧ଟି ଦାମୀ କାର ବାଜ୍ୟାପ୍ତ ଲାଗି ନିର୍ଦ୍ଦେଶ ରହିଛି।

୨୦୦୯ରୁ ୨୦୧୨ ମସିହା ମଧ୍ୟରେ ୬୦୦ କୋଟି ଟଙ୍କାର ଠକେଇ କରିଥିବା ନେଇ ଅର୍ଥତତ୍ତ୍ୱର ବିରୋଧରେ ଅଭିଯୋଗ ହୋଇଥିଲା। ସ୍ଵର୍ଣ୍ଣ ଅର୍ଥତତ୍ତ୍ୱ ଯୋଜନାରେ ବିଭିନ୍ନ ଜମାକାରୀଙ୍କଠାରୁ ୪୦ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା। ଠକେଇ ମାମଲାରେ ଅର୍ଥତତ୍ତ୍ୱ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସେଠୀଙ୍କୁ ୨୦୧୩ ମେ’ ୧୨ ତାରିଖରେ ଗିରଫ କରାଯାଇଥିଲା।

ଓପିଆଇଡି କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଏବେ ନିଜର କଷ୍ଟ ଅର୍ଜିତ ସମ୍ପତ୍ତି ଫେରିପାଇବେ ବୋଲି ଆଶା ରଖିଛନ୍ତି ଅର୍ଥତତ୍ତ୍ୱ ଜମାକାରୀ।

Tags: #ChitFundScam #Odisha #OPIDCourt #Cuttack #ArthaTatwaGroup

LEAVE A REPLY

Please enter your comment!
Please enter your name here