ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେ ଆଗରୁ ଅନେକ ମନ୍ଦିର ବିଷୟରେ ଶୁଣିଥିବା। ହେଲେ କେବେ ଶାଶୂ ବୋହୂ ମନ୍ଦିର ବିଷୟରେ ଶୁଣିଛନ୍ତି କି? ଆସନ୍ତୁ ଜାଣିବା ସେ ସମ୍ପର୍କରେ।

ଶାଶୂ-ବୋହୂ ମନ୍ଦିର ବିଷୟରେ ଶୁଣି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ମଧ୍ୟପ୍ରଦେଶର ଗ୍ୱାଲିୟର୍‌ଠାରେ ଏହି ପ୍ରାଚୀନ ‘ଶାଶୂ-ବୋହୂ’ ମନ୍ଦିର ଅବସ୍ଥିତ। ମନ୍ଦିରଟି ଦେଖିବାକୁ ପିରାମିଡ୍‌ ସଦୃଶ। ଏହାର ଲମ୍ବ ୩୨ ମିଟର ହୋଇଥିବା ବେଳେ ଓସାର୨୨ ମିଟର। ଦୁଇଟିଯାକ ମନ୍ଦିରର ଗଠନ ଶୈଳୀ ଓ କାରୁକାର୍ଯ୍ୟ ମଧ୍ୟ ସମାନ।

୧୦୯୨ ଖ୍ରୀଷ୍ଟାବ୍ଦରେ ଏହା ନିର୍ମାଣ ହୋଇଥିଲା। ଏହାକୁ କଚ୍ଛବାହା ବଂଶର ରାଜା ମହିପାଳଙ୍କ ଦ୍ୱାରା ନିର୍ମିତ କରାଯାଇଥିଲା। ରାଜା ମହିପାଳଙ୍କ ପତ୍ନୀ ଥିଲେ ଭଗବାନ ବିଷ୍ଣୁଙ୍କ ପରମ ଭକ୍ତ। ରାଣୀଙ୍କ ଇଚ୍ଛାନୁସାରେ, ରାଜା ଏଠାରେ ଏକ ବିଷ୍ଣୁ ମନ୍ଦିର ନିର୍ମାଣ କରିଥିଲେ। ଯାହାର ନାମ ‘ସହସ୍ର ବାହୁ’ ବୋଲି ରଖାଗଲା।

ହେଲେ କିଛି ବର୍ଷ ପରେ ରାଣୀଙ୍କ ପୁତ୍ରଙ୍କର ବିବାହ ହେଲା। ପୁତ୍ରବଧୂ ଥିଲେ ଭଗବାନ ଶୈବଙ୍କ ପରମ ଭକ୍ତ ଥିଲେ। ପୁତ୍ରବଧୂଙ୍କ ଖୁସି ପାଇଁ ରାଣୀ ଦିନେ ଏକ ବଡ଼ ନିଷ୍ପତ୍ତି ନେଲେ। ରାଣୀଙ୍କର ନିଷ୍ପତ୍ତି ଅନୁସାରେ ବିଷ୍ଣୁ ମନ୍ଦିର ନିକଟରେ ଶିବ ମନ୍ଦିରଟିଏ ତୋଳାଗଲା।

ଏହା ଦେଖି ପୁତ୍ରବଧୂ ବେଶ୍ ଖୁସି ହୋଇଥିଲେ। ଏମାନଙ୍କ ମଧ୍ୟରେ ଥିବା ସ୍ନେହ ଓ ଭଲ ପାଇବାକୁ ଦେଖି ‘ସହସ୍ର ବାହୁ’ ମନ୍ଦିରର ନାମକୁ ପରିବର୍ତ୍ତନ କରାଯାଇଥିଲା। ପରବର୍ତ୍ତୀ କାଳରେ ଲୋକମୁଖରେ ମନ୍ଦିରଟିର ନାମ ‘ଶାଶୂ-ବୋହୂ’ରେ ପରିଚିତ ହେଲା।

କିମ୍ବଦନ୍ତୀ ଅନୁସାରେ, ଏହି ମନ୍ଦିରର ପ୍ରଥମ ନାମ ଥିଲା ‘ସହସ୍ର ବାହୁ’। କାରଣ ଏହା ବିଷ୍ଣୁଙ୍କର ଅନ୍ୟନାମ। କାଳକ୍ରମେ ସହସ୍ର ବାହୁର ଅପଭ୍ରଂଶ ରୂପ ‘ଶାଶୂ-ବୋହୂ’ ନାମରେ ମନ୍ଦିରଟି ପ୍ରସିଦ୍ଧି ଲାଭ କରିଥିବା ଜଣାପଡ଼େ।

Comment