ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କଷାଗୁମୁଡ଼ା ବ୍ଲକର ଆଟିଗାଁ ପଞ୍ଚାୟତ ଅଧୀନସ୍ଥ ଭାଲୁ ଡଙ୍ଗରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଭାଲୁଡଙ୍ଗରୀ ଗ୍ରାମରେ ବଜ୍ରପାତ ଘଟି  ୫ ଗାଈଗୋରୁ ଓ ୧୧ଛେଳି ମେଣ୍ଢାଙ୍କର ମୃତ୍ୟୁ ଘଟିଛି। ଭାଲୁଡଙ୍ଗରୀ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ନିକଟ ପଡ଼ିଆରେ ଗ୍ରାମର ଚନ୍ଦ୍ର ଭତ୍ରା, ରାଇଧର ଭତ୍ରା, ଗୁରୁ ଭତ୍ରା ଓ ସୋନୁ ଭତ୍ରାଙ୍କ ଗାଈ, ଛେଳି ମେଣ୍ଢା ଚରୁଥିବା ସମୟରେ ହଠାତ ପବନ ବର୍ଷା ସହ ବଜ୍ରପାତ ହୋଇଥିଲା।

Comment