ଓଡ଼ିଶାଲାଇଭ୍ ବ୍ୟୁରୋ

- ମୁନିଗୁଡ଼ା, ହେମଗିରି, ଦେବ୍ରିଗଡ଼ ବନାଞ୍ଚଳରେ ମହାବଳ ବାଘ
- ବାଘ ଚିହ୍ନଟ ପାଇଁ ଲଗାଯାଇଥିଲା ସିସିଟିଭି କ୍ୟାମେରା
- ଓଡ଼ିଶାରେ ୬୦ରୁ ଅଧିକ ମହାବଳ ବାଘ
ଓଡ଼ିଶାର ତିନୋଟି ନୂଆ ଜାଗାରୁ ମିଳିଲା ମହାବଳ ବାଘ ସନ୍ଧାନ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବନାଞ୍ଚଳ, ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବନାଞ୍ଚଳ ଏବଂ ହୀରକୁଦ ନିକଟସ୍ଥ ଦେବ୍ରିଗଡ଼ ଜଙ୍ଗଲରୁ ମହାବଳ ବାଘ ଚିହ୍ନଟ କରାଯାଇଛି।
ବାଘ ଚିହ୍ନଟ ପାଇଁ ବିଭିନ୍ନ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ସିସିଟିଭି କ୍ୟାମେରା ଲଗା ଯାଇଥିଲା। ସିସିଟିଭି କ୍ୟାମେରାରେ ବାଘମାନଙ୍କର ଫଟୋ କଏଦ କରାଯାଇଛି। ଏହି ତିନୋଟି ନୂଆ ବନାଞ୍ଚଳରେ ମହାବଳ ବାଘ ଥିବା ସିସିଟିଭି କ୍ୟାମେରାରୁ ଜଣାପଡ଼ିଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି।
ଓଡ଼ିଶାରେ ୬୦ରୁ ଅଧିକ ମହାବଳ ବାଘ ଥିବା ମନ୍ତ୍ରୀ କହିଛନ୍ତି।


















