ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାନ୍ନା ଦେ’ ନାଇଟ୍‌ରେ ୭୦ ଦଶକର ସୁରରେ ଝୁମିବେ ଦର୍ଶକ।

ନଭେମ୍ବର ୯ ତାରିଖରେ ଭୁବନେଶ୍ୱରସ୍ଥିତ ରବିନ୍ଦ୍ର ମଣ୍ଡପରେ ହେବାକୁ ଯାଉଛି ‘ମାନ୍ନା ଦେ ନାଇଟ୍’। ଚଳିତବର୍ଷ ଏହି ସଙ୍ଗୀତଭିତିକ କାର୍ଯ୍ୟକ୍ରମ ନାମ ରହିଛି  ‘ତୁ ପ୍ୟାର କା ସାଗର ହେ’। ଏବର୍ଷ ‘ମାନ୍ନା ଦେ’ ନାଇଟ୍‌ରେ ସଙ୍ଗୀତ ପରିବେଷଣ କରିବେ ରଣଦୀପ ପାଲିତ, ବନ୍ଦୀଶ ପାଲିତ ଓ ନନ୍ଦିନୀ ମହାନ୍ତି।

“ମହମ୍ମଦ ରଫି ଓ କିଶୋର କୁମାରଙ୍କ ଭଳି ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ଗୀତକୁ ନେଇ ଅନେକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। କିନ୍ତୁ ‘ମାନ୍ନା ଦେ’ଙ୍କ ସଂଗୀତକୁ ନେଇ କୌଣସି ସଙ୍ଗୀତ ସନ୍ଧ୍ୟା ହେଉ ନଥିଲା। ମୋ ପିଲାମାନେ ଚାହିଁଲେ ମାନ୍ନା ଦେଙ୍କ ନାଇଟ କରିବା ପାଇଁ”, କହିଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ।

ସେ ଆହୁରି ମଧ୍ୟ କହିଛନ୍ତି,”ଦର୍ଶକଙ୍କ ଭଲ ପାଇବା ଓ ଉତ୍ସାହକୁ ଦେଖି ଆମେ ପ୍ରତିବର୍ଷ ଏହି ନାଇଟ୍‌ର ଆୟୋଜନ କରିଆସୁଛୁ। ‘ମାନ୍ନା ଦେ’ ସନ୍ଧ୍ୟା ଆଗାମୀ ୨୦ବର୍ଷ ଚାଲିବ ବୋଲି ମୋର ଦୃଢ ବିଶ୍ୱାସ ଅଛି।”

ଏହି କାର୍ଯ୍ୟକ୍ରମରେ ସର୍ବମୋଟ ୨୪ଟି ଗୀତ ପରିବେଷଣ କରାଯିବ। ‘ମାନ୍ନା ଦେ’ଙ୍କ ସହ ୟେସୁ ଦାସଙ୍କ ଗୀତ ମଧ୍ୟ ଦର୍ଶକଙ୍କ ସାମ୍ନାରେ ଉପସ୍ଥାପନ କରାଯିବ।

୨୦୧୩ ନଭେମ୍ବରରୁ ‘ମାନ୍ନା ଦେ’ ନାଇଟ ଆରମ୍ଭ ହୋଇଥିଲା। ଗତ ୬ବର୍ଷ ଧରି ଏହି ନାଇଟ ଆୟୋଜିତ ହୋଇଆସୁଛି। ଏହାସହ ପ୍ରତି ବର୍ଷ ଏହି ନାଇଟ୍‌ର ଭିନ୍ନ ଭିନ୍ନ ନାମକରଣ କରାଯାଏ। ଗତ ବର୍ଷ ଏହି ନାଇଟ୍‌ ନାଁ ଥିଲା ‘ଏ ଭାଇ ଜରା ଦେଖ୍‌କେ ଚଲୋ’। ଏହାଛଡ଼ା ଗତବର୍ଷ ମାନ୍ନା ଦେ ଏବଂ ମହମ୍ମଦ ରଫିଙ୍କ ଚିର ସବୁଜ ସଙ୍ଗୀତକୁ ପରିବେଷଣ କରାଯାଇଥିଲା।

Comment