ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

 

ଅଭିନେତ୍ରୀ ତନୁଶ୍ରୀ, ନାନା ପାଟେକରଙ୍କ ଉପରେ ଯୌନ ଉତ୍ପୀଡ଼ନର ଆରୋପ ଲଗାଇବା ପରେ ‘ମି ଠୁ’ ଆନ୍ଦୋଳନରେ ଫସିଛନ୍ତି ଗୋଟେ ପରେ ଗୋଟେ କଳାକାର। ଏପରି ଲାଗୁଛି, ଯେପରି ବଲିଉଡକୁ କାହାରି ଅଭିଶାପ ପଡ଼ିଯାଇଛି।

ଏବେ ଯଦି ‘ମି ଠୁ’ରେ ସବୁଠାରୁ ଅଧିକ କାହାର ନାମ ଆସୁଛି, ତେବେ ସେ ହେଉଛନ୍ତି ଅଭିନେତା ତଥା ନିର୍ଦ୍ଦେଶକ ସାଜିଦ୍ ଖାନ୍। ଅଭିନେତ୍ରୀ ସଲୋନି ଚୋପ୍ରା, ରାଚେଲ୍ ହ୍ୱାଇଟ୍ ଏବଂ ଜଣେ ସାମ୍ବାଦିକାଙ୍କ ପରେ ଏବେ ସାଜିଦ୍‌ଙ୍କ ଉପରେ ଏକ ଅଜବ ବୟନା ଦେଇଛନ୍ତି ଅଭିନେତ୍ରୀ ବିପାଶା ବାସୁ।

ବିପାଶା କହିଛନ୍ତି, “ସାଜିଦ୍ ସବୁବେଳେ ଖୋଲାଖୋଲି ଭାବେ ଅଶ୍ଲୀଳ ଇଙ୍ଗୀତ କରିଥାନ୍ତି। ଏପରିକି ଝିଅମାନଙ୍କ ସହ ଖରାପ ବ୍ୟବହାର ମଧ୍ୟ ସେ କରନ୍ତି”। ବିପାଶା ଆହୁରି ମଧ୍ୟ କହିଛନ୍ତି, “ସାଜିଦ୍ ତାଙ୍କ ସହିତ କୌଣସି ଉତ୍ପୀଡ଼ନ ନକରିଥିଲେ ମଧ୍ୟ ତାଙ୍କର ଏପରି ବ୍ୟବହାର ତାଙ୍କୁ ଖୁବ୍ ମତ୍ମାହତ କରିଥିଲା”।

ବିପାଶାଙ୍କ ବୟାନ ଏବେ ସମସ୍ତଙ୍କୁ ଚକିତ କରିଦେଇଛି। ବାରମ୍ବାର ସାଜିଦ୍‌ଙ୍କ ନାମରେ ଏପରି ଅଭିଯୋଗ ଆସୁଥିବାରୁ ସାଜିଦ୍ ଏବେ ବଲିଉଡ ଫିଲ୍ମ ‘ହାଉସ୍‌ଫୁଲ୍ – ୪’ର ସୁଟିଂ ଛାଡ଼ି ଚାଲି ଯାଇଛନ୍ତି।

ସେପଟେ ଅକ୍ଷୟ କୁମାର କହିଛନ୍ତି, “ଯେ ପର୍ଯ୍ୟନ୍ତ ସାଜିଦ୍‌ଙ୍କ ଉପରେ ଲାଗିଥିବା ଆରୋପର ସାମାଧାନ ନ ହୋଇଛି ସେ ପର୍ଯ୍ୟନ୍ତ ସେ ବି ସୁଟିଂ ସେଟ୍‌କୁ ଆସିବେ ନାହିଁ।

ଭଉଣୀ ବି ଛାଡ଼ିଲେ ସାଥ୍

ଭାଇ ସାଜିଦ୍‌ଙ୍କ ଉପରେ ଲାଗିଥିବା ଆରୋପଗୁଡ଼ିକୁ ନିନ୍ଦା କରି ଭଉଣୀ ଫରାହ ଟ୍ୱୁଇଟ କରି ଜଣାଇଛନ୍ତି – ଯଦି ତାଙ୍କ ଭାଇ ସତରେ ଦୋଷୀ, ତେବେ ତାଙ୍କୁ ଦଣ୍ଡ ମିଳିବା ଉଚିତ। ଏହାଛଡ଼ା ସେ ସେହି ମହିଳାମାନଙ୍କ ସହିତ ବି ଠିଆ ହୋଇ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବେ।

Comment