ଓଡ଼ିଶାଲାଇଭ୍ ବ୍ୟୁରୋ

ଦେବୀ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ସପ୍ତମୀ ପୂଜା ପାଇଁ ସବୁ ପୀଠ ବେଶ୍ ଚଳଚଞ୍ଚଳ ହୋଇପଡ଼ିଛି। ଶ୍ରଦ୍ଧାଳୁମାନେ ହାତରେ ଭୋଗ ଏବଂ ପୂଜା ସାମଗ୍ରୀ ଧରି ବିଭିନ୍ନ ପୀଠଗୁଡ଼ିକରେ ଭିଡ଼ ଜମାଇଛନ୍ତି। ଘଣ୍ଟି, ଆଳତୀ ସାଙ୍ଗକୁ ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନିରେ ପୂଜା ପୀଠଗୁଡ଼ିକ କମ୍ପି ଉଠୁଛି। ସକାଳେ ମା’ଙ୍କ ମାଜଣା ଓ ପୂଜାର୍ଚ୍ଚନା କରାଯାଇଥିଲା।

ସେହିପରି ପୂଜା ମଣ୍ଡପଗୁଡ଼ିକରେ କାଲିଠାରୁ ସପ୍ତମୀ ପୂଜା ଆରମ୍ଭ ହେବ। ସମସ୍ତ ପୂଜା ମଣ୍ଡପଗୁଡ଼ିକରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏହାଛଡ଼ା ମା’ଙ୍କୁ ସୁନ୍ଦର ଅଳଙ୍କାର ଆଭୂଷଣରେ ଆଭୂଷିତ କରାଯାଉଛି।

ଭୁବନେଶ୍ୱର, କଟକ, ସମ୍ବଲପୁର ଓ ରାଉରକେଲା ଆଦି ସହର ମାନଙ୍କରେ ଧୁମ୍‌ଧାମ୍ ସହ ନବରାତ୍ରୀ ପାଳନ ହୋଇଯାଇଛି। ପୁରୀରେ ମଧ୍ୟ ମା’ଙ୍କ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

ପୂଜା ମଣ୍ଡପଗୁଡ଼ିକରେ ବୁଧବାର ଦିନ ଅଷ୍ଟମୀ ପୂଜା କରାଯିବ। ସେହିପରି ଭୁବନେଶ୍ୱରର ରସୁଲଗଡ଼, ନୟାପଲ୍ଲୀ, ବମିଖାଲ, ପୁରୁଣା ଷ୍ଟେସନ ବଜାର ଏବଂ ସହିଦ ନଗରରେ ହୋଇଥିବା ତୋରଣଗୁଡ଼ିକ ଭୁବନେଶ୍ୱରବାସୀଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଗତବର୍ଷ ଅପେକ୍ଷା ଚଳିତବର୍ଷ ଲୋକଙ୍କର ଭିଡ଼ ଅଧିକ ଜମିବ ବୋଲି ଆଶା ରଖିଛନ୍ତି ପୂଜା କମିଟିର ସଦସ୍ୟମାନେ।

Comment