ଓଡ଼ିଶାଲାଇଭ ବ୍ୟୁରୋ

ସୋମବାର ସକାଳେ ମହାନଦୀରେ ପାଖାପାଖି ୫ଟି ହାତୀ ଭାସି ଯାଉଥିବାର ଦେଖିବାକୁ ମିଳିଛି। ଆଠଗଡ଼ରୁ ଚନ୍ଦକା ଯିବା ବେଳେ ମହାନଦୀରେ ବନ୍ୟାର ପ୍ରଖର ସୁଅରେ ହାତୀପଲ ଭାସି ଯାଇଥିଲେ। ହାତୀପଲରେ ପ୍ରାୟ ୨୦ଟି ହାତୀ ଥିଲେ।

ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଆଠଗଡ ରେଞ୍ଜର ରବିନ୍ଦ୍ର ନାଥ ନାୟକ କହିଛନ୍ତି, “ହାତୀପଲ ପ୍ରତିଦିନ ଏହି ବାଟ ଦେଇ ରାସ୍ତା ପାର ହୋଇଥାନ୍ତି। ତେବେ ସୋମବାର ସକାଳେ ମହାନଦୀରେ ବନ୍ୟା ପାଣିର ସୁଅ ପ୍ରଖର ଥିଲା। ଏଥିପାଇଁ ୫ଟି ହାତୀ ନଦୀରେ ଭାସି ଯାଇଛନ୍ତି”।

ଏହାଛଡ଼ା ଉଦ୍ଧାର ବେଳେ ଗୋଟିଏ ହାତୀ ଅନନ୍ତପୁରଠାରେ କୂଳରେ ଲାଗିଥିଲା। ଆଉ ୩ଟି ହାତୀ ନରାଜରେ ଓ ଅନ୍ୟ ଗୋଟିଏ ସ୍ଥାନରେ ୧ଟି ହାତୀ ଅଟକି ରହିଛି।

Comment