ଓଡ଼ିଶାଲାଇଭ ବ୍ୟୁରୋ

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ। ହେଲେ ତିତଲି ବାତ୍ୟା ପରେ ହୋଇଥିବା ବନ୍ୟାରେ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଜନ୍ମଦିନ ପାଳିବେ ନାହିଁ ନବୀନ। ଏହା ପୂର୍ବରୁ ମଧ୍ୟ ଫାଇଲିନ୍ ଓ ହୁଡୁହୁଡୁ ବେଳେ ନବୀନ ପାଳି ନଥିଲେ ତାଙ୍କର ଜନ୍ମଦିନ।

ପ୍ରତିବର୍ଷ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ବେଶ୍ ଭିଡ଼ ଜମେ। ହେଲେ ଚଳିତବର୍ଷ ଶୁଭେଚ୍ଛା ଜଣାଇବାକୁ କେହି ନ ଯିବା ପାଇଁ ନବୀନ ନିବାସ ପକ୍ଷରୁ ମନ୍ତ୍ରୀ, ବିଧାୟକ ଓ ଅଫିସର୍‌ମାନଙ୍କୁ କୁହାଯାଇଛି।

ରାଜନୀତିରେ ମୁଖ୍ୟମନ୍ତ୍ରୀ ନବୀନ ହେଉଛନ୍ତି ଜଣେ ବିରଳ ରାଜନେତା। ତାଙ୍କର ସରଳ ଜୀବନଶୈଳୀ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ତାଙ୍କର ପୋଷାକପତ୍ର କହିଲେ ଧଳା କୁର୍ତ୍ତା ପାଇଜାମା ସାଙ୍ଗକୁ କୋହ୍ଲାପୁର ଚପଲ। ଏହା ହିଁ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶେଷତ୍ୱ।

ଏହାଛଡ଼ା ରାଜନୀତି ହେଉ ଅବା ଜନ ହିତକର କାର୍ଯ୍ୟରେ ସବୁବେଳେ ନବୀନ ଥାଆନ୍ତି ଆଗୁଆ। ନମ୍ବର ୱାନ ମୁଖ୍ୟମନ୍ତ୍ରୀ, ଆଦର୍ଶ ମୁଖ୍ୟମନ୍ତ୍ରୀ ଓ ଶ୍ରେଷ୍ଠ ପ୍ରଶାସକ ଭାବେ ତାଙ୍କୁ ସମ୍ମାନିତ କରାଯାଇଛି। ନିକଟରେ ହୋଇଥିବା ସର୍ଭେ ଅନୁସାରେ,” ୪ ଥର କ୍ରମାଗତ ଲୋକପ୍ରିୟତାର ଶ୍ରେଷ୍ଠରେ ରହି ନବୀନ ଆଜି ବି ରହିଛନ୍ତି “ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ”।

Comment