ଓଡ଼ିଶାଲାଇଭ ବ୍ୟୁରୋ 

ବଲାଙ୍ଗୀର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ମଙ୍ଗଳବାର ଜଣେ ୯ ବର୍ଷ ବାଳକର ମୁଣ୍ଡବିହୀନ ଶବ ଉଦ୍ଧାର ହୋଇଥିଲା। ସିନ୍ଧେକେଲା ଗାଁଠାରୁ ପ୍ରାୟ ୫ କିଲୋମିଟର ଦୂର ଶୁଣ୍ଢିମୁଣ୍ଡାରେ ବାଳକଟିର ଶବ ଉଦ୍ଧାର ହୋଇଛି।

ଏହାପରେ ପରିବାର ଲୋକେ ବାଳକଟିର ମୃତ ଦେହକୁ ଚିହ୍ନଟ କରିଛନ୍ତି। ବାଳକଟି ଗତ ୧୩ ତାରିଖରୁ ନିଖୋଜ ହୋଇଥିବା ବେଳେ ୧୪ ତାରିଖରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।

ହେଲେ ମଙ୍ଗଳବାର ସକାଳୁ ବାଳକଟିର ଶବ ଉଦ୍ଧାର କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲେ।

Comment