ଓଡ଼ିଶାଲାଇଭ୍ ବ୍ୟୁରୋ

ଟ୍ରକ ପଛରେ ପଶିଗଲା ବାଇକ, ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ।

ନବରଙ୍ଗପୁର: ବୁଧବାର ରାତି ଉମରକୋଟ-ରାଇଘରପୁର ରାସ୍ତାରେ ଘଟିଛି ସଡ଼କ ଦୁର୍ଘଟଣା। ଏକ ମାଲବାହୀ ଟ୍ରକକୁ ପଛରୁ ଆସି ଧକ୍କା ଦେଇଥିଲା ବାଇକ। ଉମରକୋଟ-ରାଇଘରପୁର ରାସ୍ତାରେ ପେଟ୍ରୋଲ ପମ୍ପ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।

ପୋଲିସର ସୂଚନା ଅନୁଯାୟୀ ବଡ଼କୁମାରୀ ଗ୍ରାମର ମନଜିତ୍ ବେପାରୀ ଏବଂ ସୁନାବେଡ଼ା ଗ୍ରାମର ସତ୍ୟଜିତ୍ ସରକାର ଦୁର୍ଗାପୂଜା ଦେଖିବାକୁ ବାଇକରେ ଯାଉଥିବା ବେଳେ ଟ୍ରକ ପଛରେ ପିଟି ହୋଇଯାଇଥିଲେ। ସକ୍ତ ଧକ୍କା କାରଣରୁ ବାଇକର ଅଧିକାଂଶ ଭାଗ ଟ୍ରକ ପଛଭାଗରେ ପଶିଯାଇଥିଲା।

ଯାହାଫଳରେ ବାଇକ ପଛରେ ବସିଥିବା ମନଜିତ୍ ବେପାରୀ ତଳେ ପଡ଼ି ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ବାଇକ ଚାଳକ ସତ୍ୟଜିତ ସରକାର ଗୁରୁତର ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ତାଙ୍କୁ ନବରଙ୍ଗପୁର ବଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ସମୟରେ ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଛି।

Comment