ଓଡ଼ିଶାଲାଇଭ୍ ବ୍ୟୁରୋ

ମନ୍ତ୍ର, ତନ୍ତ୍ର ଓ ଢୋଲ ବାଦ୍ୟରେ ଚାଲିଛି ମା’ଙ୍କ ମହାନବମୀ ପୂଜା

ରାଜ୍ୟରେ ବିଭିନ୍ନ ସ୍ଥାନରେ ମା’ଦୁର୍ଗାଙ୍କର ହେଉଛି ମହାନବମୀ ପୂଜା। ସୁନା, ଚାନ୍ଦି ଆଭୂଷଣରେ ଝଟକୁଛନ୍ତି ମା’। ସ୍ୱତନ୍ତ୍ର ମନ୍ତ୍ର, ତନ୍ତ୍ର, ପୂଜାରେ ମହିଷମର୍ଦିନୀଙ୍କୁ କରାଯାଉଛି ଆବାହାନ। ଘଣ୍ଟ ଘଣ୍ଟା ଶବ୍ଦରେ କମ୍ପୁଛି ପରିବେଶ।

ଦଶହରାରେ ମହାନବମୀ ଏକ ଗୁରୁତ୍ୱପୂର୍ଣ୍ଣ ପୂଜା। ସକାଳୁ ଚଳଚଞ୍ଚଳ ହୋଇଉଠିଛି ପୂଜାମଣ୍ଡପ। ସକାଳେ ମା’ଙ୍କର ମହାସ୍ନାନ ପରେ ବଭିନ୍ନ ପାରମ୍ପରିକ ରୀତିନୀତିରେ ପୂଜା କରାଯାଉଛି।

ପବିତ୍ର ମହାନବମୀରେ ମା’ଙ୍କ ଦର୍ଶନ ପାଇଁ ପୂଜାମଣ୍ଡପରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼।

ରାଜ୍ୟର ବିଭିନ୍ନ ସ୍ଥାନର ପୂଜାମଣ୍ଡପଗୁଡ଼ିକରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ରହୁଛି। ପୂଜାମଣ୍ଡପ ଗୁଡ଼ିକ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଦୋକାନ ବଜାର ଏବଂ ଦୋଳି, ପୂଜା ମାହୋଲକୁ ଦ୍ୱିଗୁଣିତ କରିଦେଉଛି। କେତେକ ପୂଜାମଣ୍ଡପରେ ସୁନା, ଚାନ୍ଦି ଏବଂ ରୂପାରେ ସଜ୍ଜା ଯାଇଛି ମାଆଙ୍କୁ। ଏହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ସୃଷ୍ଟି ହୋଇଛି।

ଆସନ୍ତା କାଲି ବିଜୟା ଦଶମୀ। ଅନ୍ୟପକ୍ଷରେ ଦେବୀପୀଠରେ ବିଜୟା ଦଶମୀ ପୂଜା ଆରମ୍ଭ ହୋଇଯାଇଛି।

 

Comment