ଓଡ଼ିଶାଲାଇଭ୍ ବ୍ୟୁରୋ

ବଜ୍ରକବାଟି ରୋଡରେ ଥିବା ଏକ ଘରୋଇ ନର୍ସିଂହୋମରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତୋଜନା

ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା। କଟକ ବଜ୍ରକବାଟି ରୋଡ୍‌ସ୍ଥିତ ଘରୋଇ ନର୍ସିଂହୋମରେ ଦେଖାଦେଇଛି ଏହି ଉତ୍ତେଜନା। ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ଏହାକୁ ନେଇ ମୃତ ରୋଗୀ ପରିବାରଙ୍କ ପକ୍ଷରୁ ନର୍ସିଂହୋମରେ ଭଙ୍ଗାରୁଜା କରିଛନ୍ତି।

କଟକ ଜିଲ୍ଲା କିସନ ନଗର ଥାନା ଅନ୍ତର୍ଗତ ଗଙ୍ଗାପୁର ଗ୍ରାମର ସୁଭଦ୍ରା ମହାନ୍ତି ନାମକ ଜଣେ ମହିଳା ଗୁରୁତର ଅବସ୍ଥାରେ ନର୍ସିଂହୋମରେ ଭର୍ତ୍ତି କରିଥିଲେ। ସୁଭଦ୍ରା ବିଷ ପିଇ ଦେବାରୁ ତାଙ୍କୁ ପରିବାର ଲୋକେ ଏହି ନର୍ସିଂହୋମକୁ ଆଣିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ମହିଳାଙ୍କ ମୃତ୍ୟୁକୁ ନେଇ ତାଙ୍କ ସମ୍ପର୍କୀୟମାନେ ଉତ୍ତ୍ୟକ୍ତ ହୋଇ ନର୍ସିଂହୋମର ଭଙ୍ଗାରୁଜା କରିବା ସହ ମେଡିକାଲର ମୁଖ୍ୟ ଗେଟରେ ବାହାରପଟୁ ତାଲା ପକାଇ ଦେଇଥିଲେ। ଘଟଣାସ୍ଥଳରେ ମଙ୍ଗଳବାଗ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

Comment