ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି: ସମ୍ପୂର୍ଣ୍ଣ  ହିଂସାମୁକ୍ତ ଓଡ଼ିଶା ଅଭିଯାନ ପକ୍ଷରୁ ଲାଲଗଡ଼ରେ ମାଓ ଦମନ ନିମନ୍ତେ ନୂତନ ରଣନୀତି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନକ୍ସଲ ବିରୋଧୀ ସମ୍ପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନର ମାଲକାନଗିରି ଜିଲ୍ଲା କମିଟି ପକ୍ଷରୁ ଚିତ୍ରକୋଣ୍ଡା ଘଞ୍ଚଜଙ୍ଗଲ ମଧ୍ୟରେ ପ୍ରସ୍ତୁତି ବୈଠକ ଆବାହକ ଭାରତ ଭୂଷଣଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ଜିଲ୍ଲା କମିଟିର ମୁଖ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଏହି ପ୍ରସ୍ତୁତି ବୈଠକରେ ଅହିଂସା ଉପାୟରେ ମାଓବାଦୀଙ୍କୁ ମୁକାବିଲା କରିବା, ହିଂସାମୁକ୍ତ ଓଡ଼ିଶା ଅଭିଯାନର ମହିଳା ମୋର୍ଚ୍ଚା ଜରିଆରେ ଜିଲ୍ଲାରେ  ଏବଂ ରାଜ୍ୟରେ ସଂଗଠନକୁ ମଜଭୁତ କରି ନକ୍ସଲ ମୁକ୍ତ ମାଲକାନଗିରି ଗଠନ କରାଯିବା ସେଉପରେ ଆଲଚନା ହୋଇଥିଲା। ବିଛିନାଞ୍ଚଳରୁ କିପରି ନକ୍ସଲ ସମସ୍ୟା ସମାଧାନ କରି ବିକାଶ କରାଯାଇ ପାରିବ ସେ ଉପରେ ରଣନୀତି ପ୍ରସ୍ତୁତ କରାଯାଇଥିଲା।

ହିଂସାମୁକ୍ତ ଓଡ଼ିଶା ଅଭିଯାନର ମହିଳା ମୋର୍ଚ୍ଚା ଜରିଆରେ ମାଓବାଦୀ ସଂଗଠନରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ କିପରି ମୁକ୍ତି ଦିଆଯିବ ଏବଂ ସ୍ଥାନୀୟ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର କିପରି ବନ୍ଦ ହେବ ସେନେଇ ରଣନୀତି ପ୍ରସ୍ତୁତ କରଯାଇଥିଲା।

Comment